Breaking News

ମକରପଦା ପି.ପି. ଏସ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ଅଭିଭାବକମାନଙ୍କର ବିଦ୍ୟାଳୟ ଆଗରେ ଧାରଣା


ଓଡ଼ଗାଁ/କୁରାଳ-ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ କମ ଉପସ୍ଥାନ ଯୋଗୁଁ ବ୍ଲକ ଶିକ୍ଷା ଅଧିକାରୀ ଓଡ଼ଗାଁ ବ୍ଲକର ୩୦ ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ସେଥି ମଧ୍ୟରୁ ମକରପଦା ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ ।
କିନ୍ତୁ ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ସହଜରେ ଗ୍ରହଣ କରୁନାହାନ୍ତି ଅଭିଭାବକ ।ବିଦ୍ୟାଳୟ ବନ୍ଦ ନିଷ୍ପତି ବିରୁଦ୍ଧରେ ଆଜି ମକରପଦା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ମାନେ ଧାରଣା ମଧ୍ୟ ଦେଇଥଲେ ।
ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ ୨୦୦୮ ମସିହାରୁ ଏହି ବିଦ୍ୟାଳୟ ଚାଲୁରହିଅଛି ।ସମୁଦାୟ ୨୭ଜଣ ପିଲା ଉକ୍ତ ବିଦ୍ୟାଳୟରେ ପାଠ ମଧ୍ୟ ପଢ଼ନ୍ତି ।କେଉଁ କାରଣରୁ ବିଦ୍ୟାଳୟ ବନ୍ଦ ହେଉଅଛି ତାହାର କାରଣ ସେମାନେ ବର୍ତ୍ତମାନ ଯାଏଁ ଜାଣି ପାରୁନାହାନ୍ତି ।ଦ୍ବିତୀୟତଃ ଯାହା ଫଳରେ କୋମଣ୍ଡ ବିଦ୍ୟାଳୟରେ ପିଲାମାନେ ପଢିବା ଶୁଣି ଦୁଃଖ ପ୍ରକାଶ କରିବା ଗଭୀର ମର୍ମାହତ ମଧ୍ୟ ହୋଇଛନ୍ତି ।  କୋମଣ୍ଡ ବିଦ୍ୟାଳୟକୁ ଯିବା ନିମନ୍ତେ ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଗାଡି ଚଳପ୍ରଚଳ ହୋଇଥାଏ । ଯାହା ଫଳରେ ଯିବା ଆସିବା ସମୟରେ ନିଜ ନିଜର ପିଲାମାନଙ୍କର ଜୀବନ ପ୍ରତି ବିପଦ ତଥା ଦୁର୍ଘଟଣାର ଆଶଙ୍କା କରି  ଲିଖିତ ଆକାରରେ ବିଦ୍ୟାଳୟ ବନ୍ଦ ନ କରି ଚାଲୁ ରଖିବାକୁ ଓଡ଼ଗାଁ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇଙ୍କ କହିବା ଅନୁଯାୟୀ ଯେହେତୁ କୋମଣ୍ଡ ବିଦ୍ୟାଳୟକୁ ପିଲାମାନେ ପାଠ ପଢିବାକୁ ଯିବେ, ଯିବା ବାଟରେ ମୁଖ୍ୟ ରାସ୍ତାରେ ପ୍ରବଳ ଗାଡି ଚଳପ୍ରଚଳ ହେଉଥିବାରୁ ପିଲାମାନଙ୍କର ଜୀବନ ପ୍ରତି ବିପଦ ଥିବା ଅନୁରୂପ ଅଭିଯୋଗ ଆଣିଛନ୍ତି ।ସରପଞ୍ଚ ସୁଶାନ୍ତ ଦଳେଇ ମଧ୍ୟ ବିଦ୍ୟାଳୟ ବନ୍ଦ ନିଷ୍ପତି ବିରୁଦ୍ଧରେ ମଧ୍ୟ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନୟାଗଡ଼ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସହ ବିଦ୍ୟାଳୟ ଚାଲୁରଖିବା ପାଇଁ ଅନୁରୋଧ କରିଛନ୍ତି ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ  ଅର୍ଜୁନ ସାହୁ

Blog Archive

Popular Posts