Breaking News

କରୋନା କଟକଣା ମଧ୍ୟରେ "ରାଧାକୃଷ୍ଣ ଥିଏଟର" ତରଫରୁ ସ୍ବାଧୀନତା ଦିବସ ପାଳିତ


ଓଡ଼ଗାଁ/କୁରାଳ- ରାଧାକୃଷ୍ଣ ଥିଏଟର କୁରାଳ ତରଫରୁ ଲଗାଣ ବର୍ଷା ଏବଂ କରୋନା କଟକଣା ମଧ୍ୟରେ ସ୍ବାଧୀନତା ଦିବସ ନିରାଡ଼ମ୍ବର ଭାବରେ ପାଳନ ହୋଇଯାଇଛି ।  କୁରାଳ ସରପଞ୍ଚ ଝିଲି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ପତାକା ଉତ୍ତୋଳନ କରିଥିଲେ ।  କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କର ସେବାରେ ଲିପ୍ତ ଥିବା  ଅଙ୍ଗନବାଡି କର୍ମୀ ,ଆଶା କର୍ମୀ,କୁରାଳ ପୋଲିସ ଅଧିକାରୀ ,ସାମ୍ବାଦିକ ଏବଂ ଶରଣକୁଳ ମେଡିକାଲର ୩ଜଣ ଷ୍ଟାଫଙ୍କ ସମେତ ଡାକ୍ତରଙ୍କୁ ଉତ୍ତରିୟ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯିବ ସହ ପ୍ରତ୍ୟେକଙ୍କର କାର୍ଯ୍ୟକୁ ଅନୁଷ୍ଠାନ ସଭାପତି ଗୌରଚନ୍ଦ୍ର ସାହୁ ପ୍ରଶଂସା କରିଥିଲେ ।
ସେହିପରି ମୁଖ୍ୟ ଅତିଥି ଦେଶ ମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବରପୁତ୍ରଙ୍କ ପଥାନୁସରଣ ସହିତ ଦେଶ ସେବା କରିବା ନିମିତ୍ତ ନିଜ ଅଭିଭାଷଣରେ କହିଥିଲେ ।
ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଗୌରଚନ୍ଦ୍ର ସାହୁ ,ପରିଚାଳକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସମ୍ପାଦକ ଗଣେଶ୍ୱର ସାହୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶାନ୍ତିପୁର୍ଣ୍ଣ ଭାବରେ ପରିଚାଳନା କରିଥିଲେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts