Breaking News

ଖବର ପ୍ରସାରଣପରେ ଉନ୍ନତ ମାନର ନଡିଆଚାରା ଚାଷିଙ୍କୁ ପ୍ରଦାନ

ପିପିଲି-ପିପିଲି ଉଦ୍ୟାନ ବିଭାଗ ପକ୍ଷରୁ ଚାଷି ମାନଙ୍କୁ ନିମ୍ନ ମାନର ନଡିଆ ଚାରା ଯୋଗାଇ ଦିଆଯାଉଥିବା ନେଇ ଚାଷୀ ମାନଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜୁଲାଇ୧୮ ତାରିଖ ନିମ୍ନମାନର ନଡିଆଚାରା ଯୋଗାଣକୁ ନେଇ ଚାଷିମାନଙ୍କ ମହଲରେ ଅସନ୍ତୋଷ କୁ ବିଭିନ୍ନ ଖବର କାଗଜରେରେ ପ୍ରକାଶିତ ହୋଇଥିଲା । ଖବର ପ୍ରସାରଣ ପରେ ନିମ୍ନ ମାନର ନଡିଆ ଚାରାକୁ ପିପିଲି ଉଦ୍ୟାନ ବିଭାଗ ପକ୍ଷରୁ ଓଏଆଇସି ଭବନେଶ୍ୱରକୁ ଫେରାଇ ଦିଆଯାଇଥିଲା । ପରେ ଉଦ୍ୟାନ ବିଭାଗ ପିପିଲି ଠାରେ ଉନ୍ନତ ଧରଣର ନଡିଆ ଚାରା ପହଞ୍ଚିବା ପରେ ବିଭିନ୍ନ ପଂଚାୟତର ଚାଷୀମାନଙ୍କୁ  ଚାରା ବଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୁଚନା ମୁତାବକ ପିପିଲି ବ୍ଲକ ଅଧିନସ୍ଥ ତରାକାଜ ନିକଟରେ ଥିବା ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଉଦ୍ୟାନ-କୃଷି ତାଲିମ ଓ ସମ୍ପ୍ରସାରଣ କେନ୍ଦ୍ର ପକ୍ଷରୁ ଏମ୍‌ଜିଏନଆରଜିଏସ୍ ସ୍କିମ୍‌ରେ  ନଡିଆ ଚାରା ବ୍ଲକ ଅଧିନସ୍ଥ ପଂଚାୟତ ଚାଷି ମାନଙ୍କୁ ଯୋଗାଇ ଦିଆଯାଉଛି ।ପିପିଲି ବ୍ଲକର ମୋଟ୨୫ଟି ପଞ୍ଚାୟତ ମଧ୍ୟରୁ ୧୯ଟି ପଞ୍ଚାୟତ ଏହି ସ୍କିମ୍ ମାଧ୍ୟମରେ ଚାଷିମାନଙ୍କୁ ନଡିଆ ଚାରା ରୋପଣରେ ସାମିଲି କରାଯାଇଛି ।  ଏହି ଯୋଜନାରେ ଅର୍ନ୍ତଭୁକ୍ତ ନଡିଆ ଚାରା ଲଗାଇବା ପାଇଁ ଚାଷି ମାନଙ୍କୁ ୦.୧ହେକ୍ଟରକୁ ୫୮ଟି ଲେବର ପେମେଣ୍ଟ ଜବକାର୍ଡରେ ମାଧ୍ୟମରେ ଦିଆଯାଉଛି । ତତ୍ ସହିତ ନଡିଆ ଚାରାକୁ ବାଡରେ ଆବଧ କରି ରଖିବା ପାଇଁ ନେଟ, ଜୈବିକ ସାର ଓ କୀଟନାଶକ େଓ÷ାଷଧ ମାଗଣାରେ ଚାଷିମାନଙ୍କୁ ଯୋଗାଇ ଦିଆଯାଉଥିବା ସହକାରୀ ଉଦ୍ୟାନ ଅଧିକାରୀ ପିପିଲି ରଶ୍ମିରେଖା ପଣ୍ଡାଙ୍କ ଠାରୁ ପ୍ରକାଶ । 
ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts