Breaking News

ବର୍ଷାପାଇଁ ଗ୍ରାମବାସୀ ମାନେ କଲେ ଜଳାଭିଷେକ

ପିପିଲି-ପିପିଲି ବ୍ଲକ ଅଧିନସ୍ଥ ତେଇସିପୁର ଠାରେ ଥିବା ବାବା ସୋମନାଥ ଦେବଙ୍କ ନିକଟରେ ୧୦୮ କଳସ ପାଣିରେ ଜଳାଭିଷେକ କରାଯାଇଛି । ମିଳିଥିବା ସୁଚନାନୁଯାଇ ଏବର୍ଷ ବର୍ଷା ଅଭାବରୁ ଚାଷିମାନେ ଚାଷ କାର୍ଯ୍ୟ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ଗୋଟେ ପଟେ କରୋନା ମହାମାରୀ ଉଗ୍ରରୂପ ଧାରଣ କରି ଜନଜୀବନ ଚଳପ୍ରଚଳ ପ୍ରତି ବିପଦ ଓ ଦୁଃଖ ଦେଇଥିବା ବେଳେ ଅନ୍ୟପଟେ ବର୍ଷାଭାବ ଯୋଗୁ ଚାଷିମାନେ ଚାଷକାର୍ଯ୍ୟ ପାଇଁ ଛଟପଟ ହେଉଛନ୍ତି । ସବୁ ଦିଗକୁ ଲକ୍ଷ୍ୟରଖି ବାବା ସୋମନାଥଙ୍କ ନିକଟରେ ତେଇସିପୁର ଗ୍ରାମର ଇଶ୍ୱର ପ୍ରଶାଦ ଦାଶ,ପ୍ରକାଶ ରଥ,ଦେବାଶିଷ ରଥ,ଦୃର୍ଗା ପ୍ରଶାଦ ରଥ,ଶ୍ରୀନିବାସ ରଥ,ଶ୍ରୀକାନ୍ତ ରଥ,ଜନ୍ମଜେୟ ôରଥ ପ୍ରମୂଖ ୧୦୮ କଳସ ଜଳରେ ପଣ୍ଡିତ ସିତୁକଣ୍ଠ ରଥ ସହକର୍ମି ରାକେଶ ମହାପାତ୍ରଙ୍କ ଦ୍ୱାରା ଜଳାଭିଷେକ କରାଯାଇଥିଲା । ବିଶ୍ୱାସ ଅଛିଯେ ଦେବ ଦେବ ମହାଦେବ ଠାକୁରଙ୍କ ନିକଟରେ ଜଳାଭିଷେକ କଲେ ବର୍ଷା ହେବାର ବହୁତ ସମ୍ଭ।।ବନା ରହିଥାଏ । 
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts