Breaking News

୨୧ ଗୋଟି ଗ୍ରାମ ପଞ୍ଚାୟତର ଗୃହ ପାଳିତ ପଶୁ, ପକ୍ଷୀଙ୍କୁ ସେବା ଯୋଗଉଛନ୍ତି ୨ଜଣ ପ୍ରାଣୀଧନ ନୀରିକ୍ଷକଙ୍କ

ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଦୁଇଜଣ ପ୍ରାଣୀଧନ ନୀରିକ୍ଷକ ୨୧ ଗୋଟି ଗ୍ରାମ ପଞ୍ଚାୟତର ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ ଜୈବିକ ସାର ପ୍ରୟୋଗ କରିବାକୁ ସଭା ସମିତିରେ ଘୋଷଣା କରୁଛନ୍ତି ।  ଏଥିପାଇଁ ପ୍ରତି ଘରେ ଗାଇ ରଖିବା କୁ ମନ୍ତ୍ରୀଙ୍କ ଠାରୁ ଅଧିକାରୀ ମାନେ ବଡ ବଡ କଥା ସଭା ସମିତିରେ କହିଥାନ୍ତି । ମାତ୍ର ସେମାନଙ୍କର ସେବା ଯୋଗାଇ ଦେବାପାଇଁ କେହିନାହାନ୍ତି ଯେପରି ।  ଡାକ୍ତରଖାନାରେ ଡାକ୍ତର ଅଭାବ ହେଲେ ଲୋକମାନେ ଧାରଣା, ରାସ୍ତାରୋକ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ମାତ୍ର ଗୋ ମାତାଙ୍କର ପାଟି ଖୋଲୁନାହି ବୋଲି ସେମାନଙ୍କ କଥା କେହି କହିବାକୁ ନାହିଁ ବା କେହି ଶୁଣିବାକୁ ନାହାନ୍ତି । ସୁଚନାଯୋଗ୍ୟ ରେ ଡେଲାଙ୍ଗ ବ୍ଳକ ୨୧ ଗୋଟି ଗ୍ରାମ ପଞ୍ଚାୟତ । ଏଠାରେ ୧୦ ଜଣ ( ଏଲ. ଅ୍ରାଇ ) ପ୍ରାଣୀଧନ ନୀରିକ୍ଷକ ରହିବା କଥା । ଦୁଇବର୍ଷ ହେବ ଏଠାରେ ୪ଜଣ ପ୍ରାଣୀଧନ ନୀରିକ୍ଷକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ରହିଛନ୍ତି । ଏବେ ରାଜ୍ୟରେ ମହାମାରୀ କରୋନା ଯୋଗୁ ରାଜ୍ୟ ସରକାର ଦୁଇଜଣ ପ୍ରାଣୀଧନ ନୀରିକ୍ଷକଙ୍କୁ କରୋନା କାର୍ଯ୍ୟ କରିବା ପାଇଁ ନେଇ ଯାଇଛନ୍ତି । ଯାହା ଫଳରେକି ଦୁଇଜଣ ପ୍ରାଣୀଧନ ନୀରିକ୍ଷକ ୨୧ ଗୋଟି ପଞ୍ଚାୟତରେ ଗାଈ, ଗୋରୁ, ଛେଳି, ମେଣ୍ଢା, କୁକୁଡା, କୁକୁର, ଆଦି ଗୃହ ପାଳିତ ପଶୁପକ୍ଷୀ ମାନଙ୍କୁ  କିପରି ସେବା ଯୋଗାଇ ଦେଉଥିବେ ତାହା ଅନୁମେୟ ।  ଟୀକା କରଣ, ଫାଟୁଆ ଆଦି ବିଭିନ୍ନ ରୋଗ ନିରାକରଣ କରିବା ବହୁ କଷ୍ଟକର ହୋଇପଡିଛି । ଯାହାକି ଡେଲାଙ୍ଗ ବ୍ଳକରେ ଗୋରୁ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ତୁରନ୍ତ ପ୍ରାଣୀଧନ ନୀରିକ୍ଷକ ନିଯୁକ୍ତି କରିବା ପାଇଁ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଦାବି କରିଛନ୍ତି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts