Breaking News

ମା ମୋବାଇଲ ନ ଦେବାରୁ ପୁଅର ଆତ୍ମହତ୍ୟା


ଜଟଣୀ --ମୋବାଇଲ ଫୋନ ଯୋଗୁଁ ଅନ୍ୟଥାରେ ଏକ ନାବାଳକର ମୁର୍ତ୍ୟୁ ଘଟିଥିବା ଜଟଣୀରେ ଆଲୋଚନାର ବିଷୟ ପାଲଟିଛି । ସାଙ୍ଗମାନଙ୍କ ପ୍ରରୋଚନାରେ ଫୋନକୁ ଗୁରୁତ୍ୱ ଦେଇ ମାଆକୁ ମୋବାଇଲ ମାଗିଥିବା ନାବାଳକ ପୁଅ ମୋବାଇଲ ନମିଳିବାରୁ ନିଜ ଘରେ ଆତ୍ମହତ୍ୟା କରିଥିବା ନାବାଳକର ପିଉସା ଜଟଣୀଥାନାରେ ଅଭିଯୋଗ କରିଛନ୍ତି । ଜଟଣୀଥାନା ଅନ୍ତର୍ଗତ ଟ୍ରାଫିକ କଲୋନୀ ତିରୁପତି ମନ୍ଦିର ନିକଟରେ ରହୁଥିବା ଟି. ଶ୍ରୀନିବାସଙ୍କ ପୁଅ ଟି. ହେମନ୍ତ କୁମାର (୧୬)ଗତକାଲି ମାଆକୁ ଏକ ମୋବଇଲ ଫୋନ ମାଗିଥିଲେ  ।  କିନ୍ତୁ ପୁଅ ପାଇଁ ଆଉ ଏକ ମୋବାଇଲ ଦେବା ସକ୍ଷମ ନଥିଲେ ମା । ସେଥିନେଇ ମାଆ ତାକୁ ତାଗିତ କରିବାରୁ ଘରେ କେହି ନଥିବା ସୁଯୋଗନେଇ  କୋଠୋରୀରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ।ଜଟଣୀଥାନା  କେଶ ନଂ 30/20ରେ ଏକ ଅପମୁର୍ତ୍ୟୁ ମାମଲା ୠଜୁକରିଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରଜଣକ ହେଲେ ପୂର୍ବତଟ ରେଳପଥ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅଟେ । 
 ଜଟଣୀରୁ --ରଙ୍ଗନାଥ ବେହେରା

Blog Archive

Popular Posts