ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଜଟଣୀ ଆଞ୍ଚଳିକ କମିଟି (CITU)ପକ୍ଷରୁ ଆନ୍ଦୋଳନ
ଜଟଣୀ -ସୂଚନା ଅନୁସାରେ ସକାଳେ ଜଟଣୀ ଆଞ୍ଚଳିକ କମିଟି (CITU)ପକ୍ଷରୁ ରେଳବାଇ ଘରୋଇ କରଣ ବିରୋଧରେ ଏବଂ ଶହେ ନଅଟି ରେଳଗାଡ଼ିର ଘରୋଇ କରଣ ବିରୋଧରେ ସ୍ଥାନୀୟ ସୀତାରାମ ଛକ ବଜ଼ାର, ଡିଆରଏମ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରତିବାଦ କରିଥିଲେ । ଖୋର୍ଦ୍ଧାରୋଡ଼ ରେଳବାଇ ଷ୍ଟେସନ ସମ୍ମୁଖରେ ଆନ୍ଦୋଳନ କାରିମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରି ଏକ ସ୍ଥାନରେ ଛଅ ଜଣ କରି ଫ୍ଲାକର୍ଡ ଧରି କୋଭିଡ ନିୟମ ପାଳନକରି ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ନିରଞ୍ଜନ ବେହେରା (କୋଷାଧକ୍ଷ ), ଶୈଲେଶ ବଳିୟାରସିଂହ (ସମ୍ପାଦକ ), ଚିତ୍ତରଞ୍ଜନ ରାଉତରାୟ, ବେଣୁଧର ନାୟକ ଏବଂ ସଙ୍ଘର କିଛି କର୍ମକର୍ତ୍ତା ଯୋଗଦେଇ ଆନ୍ଦୋଳନକୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।
ଜଟଣୀରୁ -ରଙ୍ଗନାଥ ବେହେରା