Breaking News

ନାହିଁ ବର୍ଷା, ଚିନ୍ତାରେ ଚାଷୀ:ଗ୍ରାମବାସୀଙ୍କ ତରଫରୁ 'ଗିରିପୂଜା'


ଓଡ଼ଗାଁ/କୁରାଳ-ସାମ୍ପ୍ରତିକ ପରିସ୍ଥିତିରେ ଆସନ୍ନ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ, ଦଣ୍ଡୋର ଏବଂ ଜାମୁସାହି ଗ୍ରାମର ଅଧିବାସୀ ମାନେ ଗୟଳସିଂହ ପାହାଡ଼ରେ ଥିବା ଶଙ୍କରା ପଥର ଖୋଲ ଠାରେ ମୁଷଳ ବୃଷ୍ଟି କାମନା କରି "ଗିରିପୂଜା" କରିଛନ୍ତି । ଏଥିରେ ଦଣ୍ଡୋର ଗ୍ରାମ ତରଫରୁ ସନ୍ତୋଷ କୁମାର ଦାଶ କର୍ତ୍ତା ରୂପେ କାର୍ଯ୍ୟ ପରିଚାଳନା କରିଥିଲେ।ବାସୁଦେବ ଦାଶ(ମୁନୁ) ପୌରୋହିତ୍ୟ କରିଥିଲେ। ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ଶାନ୍ତନୁ ବିଷୋୟୀ ପରିଚାଳନା କରିଥିଲେ ।
ଭାରତୀୟ ପରମ୍ପରାରେ "ଗିରି ପୂଜା" ଏକ ଭିନ୍ନ ଓ ଅନନ୍ୟ ପରମ୍ପରା ଭାବେ ରହିଛି ।
ଗିରି ପୂଜାରେ ଛତା, ଝାମ୍ପି/ତଲାରୀ ବା ବର୍ଷାତି ପୋଷାକ ନେବା ମନା। ପାହାଡ ଶୀର୍ଷର ନିର୍ଦ୍ଧିଷ୍ଟ ଜାଗାରେ ପୂଜା ଅର୍ଚ୍ଚନା ଏବଂ ହୋମ ଯଜ୍ଞ କରାଯାଇ ନାମ ଯଜ୍ଞ ମଧ୍ୟ କରାଯାଇଥାଏ।
ସରକାରଙ୍କ ଦ୍ୱାରା ନିର୍ମିତ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଅଧାରୁ ଅଧିକ ବନ୍ଦ ହୋଇ ପଡିଛି। ଘନ ଘନ ବିଜୁଳି କାଟ ଯୋଗୁଁ ଭଲ ସ୍ଥିତିରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯାଉଛି। ଡିଜେଲ ଦର ଆକାଶ ଛୁଆଁ ହୋଇଥିବାରୁ ପାଣି ପମ୍ପ ବ୍ୟବହାର କରିବା  କୃଷକ ମାନଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ। ବାଘୁଆ କ୍ଷୁଦ୍ର ଜଳସେଚନ ଯୋଜନା ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ଥିଲେ ହେଁ, ଏହା କେବଳ ଗଂଜାମ ଜିଲ୍ଲାକୁ ଜଳ ସେଚନ ଯୋଗାଉଛି।
ବାଘୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସାମାନ୍ୟ ଉନ୍ନତି କରଣ କରାଗଲେ ରୋହିବାଙ୍କ, କୋମଣ୍ଡ ଏବଂ କୁରାଳ ଗ୍ରାମ ପଞ୍ଚାୟତର ହେକ୍ଟର ହେକ୍ଟର ଜମି ଜଳ ସେଚିତ ହୋଇ ପାରିବ ବୋଲି ସ୍ଥାନୀୟ ଚାଷୀମାନେ କହନ୍ତି । ଏଥିପାଇଁ ସାଧାରଣରେ ବାଘୁଆ କ୍ଷୁଦ୍ର ଜଳସେଚନ ଯୋଜନାର ଉନ୍ନତି କରଣ ପାଇଁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି ହେଉଛି।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts