Breaking News

ପ୍ରଶାସନ ଖେଳ,ଲୋକଙ୍କ ପାଇଁ ହେଉଛି କାଳ








 ବରଗଡ଼ ---- ଛଅ ଦିନ ତଳେ ଅତାବିରା ଏନଏସି ୱାର୍ଡ ନମ୍ବର-୩ କରୋନା ପଜିଟିବ ସୂଚନା ମିଳିଥିଲା । ସ୍ଥାନୀୟ ପ୍ରଶାସନ ଆସି ଆକ୍ରାନ୍ତ ମହିଳାଙ୍କୁ ମେଡିକାଲ କୁ ନେଇଥିଲେ ।   ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସିଲ କରିଥିଲେ | ଶୁକ୍ରବାର ସନ୍ଧ୍ୟା ସମୟରେ ପୁଣି ସେହି ଆକ୍ରାନ୍ତ ହୋଇଥିବା ମହିଳା ଜଣଙ୍କୁ ଛଅଦିନ ନହେଉଣୁ ଏକ ଆମ୍ବୁଲାନ୍ସ ରେ  ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତିରେ ତାଙ୍କ ଘର ତଥା ଫାର୍ମପଡାରେ ଆଣି ଛାଡିଦେବାପାଇଁ ଆସିଥିଲେ।ତେଣୁ ଉକ୍ତ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ ଓ ତାଙ୍କ ନେଗେଟିଭ ଥିବା ରିପୋର୍ଟ ଦେଖାଇବାପାଇଁ କହିଥିଲେ ।  ପ୍ରଶାସନକୁ ଆସିବାପାଇଁ କହିଥିଲେ କିନ୍ତୁ ପଖାପାଖି ଏକଘଣ୍ଟା ପରେ ପୋଲିସ ଓ ଦୁଇଘଣ୍ଟା ପରେ ସ୍ଥାନୀୟ ତହସିଲଦାର ପହଞ୍ଚି ପଡାବାସୀଙ୍କୁ ବୁଝାଇଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଆକ୍ରାନ୍ତ ନିଜଘରେ ରହି ଚିକିତ୍ସିତ ହୋଇପାରିବେ ଓ ହୋମ କରେଣ୍ଟାଇନ ରେ ରହିପାରିବେ ବୋଲି କହିଥିଲେ ।ହେଲେ ଅଞ୍ଚଳବାସୀ ତାହାକୁ ବିରୋଧ କରିଥିଲେ।ଆପଣ ଆକ୍ରାନ୍ତକୁ ପ୍ରଥମେ ନେଗେଟିଭ କହିଲେ ପୁଣି ପଜିଟିବ କହିଲେ ଓ ତାକୁ ନେଇଗଲେ ।  ପୁଣି ଆଜି ଶୁକ୍ରବାର ସନ୍ଧ୍ୟାରେ ଆଣି ଘରେ ଛାଡ଼ୁଛନ୍ତି।  ଏ ପେସେଣ୍ଟ କଣ ଠିକ ହୋଇଗଲେ। ଯଦି ହଁ ତେବେ ପଜିଟିବ ସହିତ ନେଗେଟିଭ ରିପୋର୍ଟ ଦେଖାନ୍ତୁ ଆମେ ତାଙ୍କୁ ଘରକୁ ନେବାପାଇଁ ପ୍ରସ୍ତୁତ ଅଛୁ ନଚେତ ତାହାକୁ ନେଇ ଯାଆନ୍ତୁ । ୧୪ଦିନ ପରେ ଆଣିବେ ଓ ଆମ ଅଞ୍ଚଳରେ କରିଥିବା ସିଲ ଖୋଳାଯାଉ ବୋଲି ଦାବି କରିଥିଲେ। ଆମକୁ ସରକାର ତରଫରୁ କୌଣସି ସୁବିଧା ମିଳୁନାହିଁ। ଏନ୍ଏସି ଅଧିକାରୀ କେହି ଆମ ଅଞ୍ଚଳକୁ ଆସୁନାହାନ୍ତି ଆମର ଦୁଃଖ ବୁଝିବ କିଏ ? ।ଲୋକେ ଆମକୁ କାମ ଦେଉନାହାନ୍ତି କି କାମ କରିଥିବା ଟଙ୍କା ମଧ୍ୟ ଦେଉନାହାନ୍ତି। ଆଜ୍ଞା ଆମେ ଚଲିବୁ କେମିତି । ସରକାର ଆମକୁ ଦରିଦ୍ର ଭଳି କରିଦେଲେଣି । ଆମେ ଅସୁବିଧାରେ ଅଛୁ ଆଉ କିଛି ଦିନ ଏ କଷ୍ଟ ସହିନେବୁ ।କିନ୍ତୁ ନେଗେଟିଭ ରିପୋର୍ଟ ଆସିଲାପରେ ହିଁ ଆମେ ତାଙ୍କୁ ପଡାକୁ ସ୍ୱାଗତ କରିବୁ ନଚେତ ଆମ ଜୀବନ କୁ ବାଜି ଲଗେଇ ପାରିବୁ ନାହିଁ ବୋଲି  ପଡାବାସି କହିଥିଲେ। ତହସିଲଦାର ଓ ପୋଲିସ ଯୁକ୍ତିତର୍କ କରି କହିଥିଲେ ହେଁ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ଏକଥା ଆମେ କହୁଛୁ ହେଲେ ଲିଖିତ ଆକାରରେ ମାଗିବାରୁ ଆମ ପାଖରେ ରିପୋର୍ଟ ନାହିଁ ବୋଲି ତହସିଲଦାର କହିଥିଲେ । ତେଣୁ ସେଠାରେ ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ଏଗାର ଟା ତିରିଶ ପର୍ଯ୍ୟନ୍ତ ପଡାବାସୀ ଓ ପ୍ରଶାସନ ମଧ୍ୟରେ ଯୁକ୍ତିତର୍କ ହେଲାପରେ ପ୍ରଶାସନ ଅଞ୍ଚଳବାସୀଙ୍କ କୌଣସି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନଥିଲେ ।   ରାତି ଏଗାରଟା ତିରିଶ ସମୟରେ ଆକ୍ରାନ୍ତଙ୍କୁ ଧରି ଅତାବିରା ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ଏନଏସିର କରୋଣ୍ଟାଇନ ସେଣ୍ଟରରେ ରଖାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଶାସନର ଅବହେଳା ପାଇଁ ଆଜି କିଛି ଅଞ୍ଚଳବାସୀ ଗରିବ ଖଟିଖିଆ ମାନେ କେତେଯେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ତାଙ୍କର ଅସୁବିଧା ବୁଝିବାପାଇଁ କେହି ମଧ୍ୟ ଆସୁନାହାନ୍ତି। ତେଣୁ ତାଙ୍କର ଦୁଃଖ ବୁଝିବ କିଏ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

Blog Archive

Popular Posts