Breaking News

ସଟ ଡାଉନରେ ମଦ ଦେକାନ ଖୋଲି ମାଲିକ ଦେଲେ ୧୫ ହଜାର ଟଙ୍କା ଜୋରିମାନା

ଡେଲାଙ୍ଗ ------ ରାଜ୍ୟରେ ମହାମାରୀ କରୋନା ଏବେ ପ୍ରତିଦିନ ମୁଣ୍ଡ ଗଡାଇବା ଆରମ୍ଭ କରିଦେଲାଣି । ଏହାକୁ ନେଇ ରାଜ୍ୟ ସରକାର ଚିନ୍ତିତ । ୫ଟି ଜିଲ୍ଲାରେ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଲାଗୁ କରାଯାଇଛି । ସମସ୍ତ ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ଅର୍ଥାତ ଶନି ଓ ରବିବାର ସଟଡାଉନ ଜାରି କରିଛନ୍ତି । ଏହି ଦୁଇ ଦିନରେ ଆବଶ୍ୟକତା ଥିବା  ଦେକାନକୁ ଛାଡି ଅନ୍ୟ ସବୁ ଦେକାନ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କୋଭିଡ-୧୯ ଆଇନ ଅନୁସାରେ ଯେଉଁ ମାନେ ଦେକାନ ଖୋଲିବେ ସେମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ । ସୁଚନା ଯୋଗ୍ୟ ରେ ଡେଲାଙ୍ଗ ଥାନା ଅର୍ନ୍ତଗତ ରାମଚନ୍ଦ୍ରପୁର ମଦ ଦେକାନ ଆଗ ବନ୍ଦ ରହିଥିବା ବେଳେ ପଛପଟ ଖୋଲି ମଦ କାରବାର ସହ ଭିତରେ ମଦପାନ କରୁଥିଲେ । ଏହି ଖବର ପାଇ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଚଡାଉ କରି କୋଭିଡ-୧୯ ଆଇନ ଭଙ୍ଗ କରିଥିବାରୁ ମଦ ଦେକାନ ମାଲିକ ସୁରେନ୍ଦ୍ର ନାଥ ବାରିକଙ୍କ ଠାରୁ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହା ସହିତ ଶ୍ରୀ ବାରିକ ଆଉ  କୋଭିଡ-୧୯ ଆଇନ ଅମାନ୍ୟ କରିବେ ନାହିଁ ବୋଲି ତହସିଲଦାରଙ୍କୁ ଅଣ୍ଡରଟେକିଂ ଦେଇଥିବା ତହସିଲଦାର ଶ୍ରୀ ଆଚାରିଆଙ୍କ ଠାରୁ ସୁଚନା ମିଳିଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

Popular Posts