Breaking News

ସାକ୍ଷୀଗୋପାଳ-- ସାରଙ୍ଗଯୋଡି ରାସ୍ତା ମଝିରେ ଖାଲ ; ପ୍ରତିଦିନ ଦୁର୍ଘଟଣା

ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକରେ ସବୁ କିଛି ହୋଇ ପାରିବ । କାମ ନ ହୋଇ ବିଲ , ନିମ୍ନ ମାନର କାମ ହେଉଛି ବୋଲି ଅଭିଯୋଗ କଲେ ମଧ୍ୟ କେହି ଶୁଣିବାର ନାହିଁ ବା ଦେଖିବାର ନାହିଁ । ଠିକାଦାର ତା ବିଲ ପାଇଗଲା ପରେ ସେ ତା ବାଟରେ ।  ସୁଚନାଯୋଗ୍ୟ ଯେ ସତ୍ୟବାଦୀ ପୂର୍ତ୍ତ ବିଭାଗ ଅଧୀନରେ ରହିଛି ୮ କି.ମି ସାକ୍ଷୀଗୋପାଳ - ସାରଙ୍ଗଯୋଡି ରାସ୍ତା । ବାସୁଦେଇପୁର ଗ୍ରାମ ମୁଣ୍ଡରେ ଥିବା ଯୋଗମାୟା ଠାକୁରାଣୀଙ୍କ ମନ୍ଦିର ଠାରୁ ଅଳ୍ପ ଦୂରରେ ଏକ କଲଭଟ ନିର୍ମାଣ ଠିକାଦାରଙ୍କ ମାଧ୍ୟମରେ କରାଯାଉଥିଲା । କାମ ସରିଗଲା ପରେ କଲଭଟ ଉପରେ ପିଚୁ ବା ଗୋଡି ସିମେଣ୍ଟଡଲେଇ ରାସ୍ତା କରିବା କଥା । ମାତ୍ର ଉକ୍ତ କାମରୁ ବଳିପଡିଥିବା ବାଲି ସେଠାରେ ଗଦା କରି ଚାଲିଗଲେ ଠିକାଦାର । ଏବେ ବର୍ଷାରେ ବାଲି ଗୁଡିକ ଧୋଇ ଯିବାରୁ ସେଠାରେ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକି ମଟର ସାଇକେଲ ଓ ସାଇକେଲ ନେଇକି ଯାଉଥିବା ଲୋକମାନେ ସେହି ଗାତରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ  ସ୍ଥାନୀୟ ଲେକମାନେ ପୂର୍ତ୍ତବିଭାଗ ଜେଇଙ୍କୁ  ଅଭିଯୋଗ କରିଥିଲେ ମଧ୍ୟ ସେ ବୁଝିବା କହି ଚୁପ ରହିଛନ୍ତି ।  ପୁରୀ ଜିଲ୍ଲାପାଳ ତୁରନ୍ତ ଏହି ରାସ୍ତା ଉପରେ ନଜର ଦେବାକୁ  ରବୀନ୍ଦ୍ର ପ୍ରଧାନ, ନବଘନ ସାହୁ, ଅମରେନ୍ଦ୍ର ପ୍ରଧାନ ପ୍ରମୁଖ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts