Breaking News

ବ୍ଳକ ଜେଇ କରୋନା ପଜେଟିଭି ଚିହ୍ନଟ ; ତିନିଦିନ ବ୍ଳକ କାର୍ଯ୍ୟାଳୟ ସଟଡାଉନ କରାଗଲା

 ସାକ୍ଷୀଗୋପାଳ --ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  କରୋନା ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିବା ଅବସରରେ ସତ୍ୟବାଦୀ ବ୍ଳକର ଚାରିଜଣ କର୍ମଚାରୀ ସେମାନଙ୍କର ସ୍ୱାବ ପରୀକ୍ଷା ପାଇଁ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଜେଇଙ୍କର ପଜେଟିଭି ରିର୍ପୋଟ ଆସିଛି । ତାଙ୍କୁ ତୁରନ୍ତ କୋଭିଡ-୧୯ ମେଡିକାଲକୁ ନିଆଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । । ଅନ୍ୟ ପକ୍ଷେ ସେ ପରଜାପଡା ଗ୍ରାମରେ କରାଯାଉଥିବା କେତକ  କାମ ଦେଖିବା ପାଇଁ ସହକାରୀ ଯନ୍ତ୍ରୀଙ୍କ ସହିତ ଏକ କାରରେ ଯାଇଥିଲେ । ସେଠାରେ ଡିହସାହି, ପରଜାପଡା ଓ ପାରକେଣା ଗ୍ରାମାର କିଛି ଲୋକଙ୍କ ସହିତ ମିଳାମିଶା କରିଥିଲେ । ପରଜାପଡା ଗ୍ରାମର ପୂର୍ବତନ ସରପଞ୍ଚ ଙ୍କ ଘରେ ଜଳପାନ କରିବା ସହ କିଛି ସମୟ ଅତିବାହିତ କରିଥିଲେ । ଜେଇ କରୋନା ପଜେଟିଭି ଜଣାପଡିବା ପରେ ପରଜାପଡାର ଯେଉଁମାନେ ଜେଇଙ୍କ  ସହିତ ମିଳାମିଶା କରିଥିଲେ ସେମାନେ ଏବେ ସଂଗରୋଧରେ ରହିଗଲେଣି । ବ୍ଳକ ସହକାରୀ ଯନ୍ତ୍ରୀ ଆଇସୋଲେସନରେ ରହିବେ ବୋଲି ଜଣାପଡିଛି ।  ସେହିପରି ବ୍ଳକରେ ପ୍ରତିଦିନ ଶହ ଶହ ଲୋକମାନେ ବିଭିନ୍ନ କାମରେ ଆସି ଗହଳି କରୁଥିବାର ଦେଖାଯାଉଛି । ଯାହାକି ଉକ୍ତ ଦିନ ଜେଇଙ୍କ ସହ ବିଭିନ୍ନ ଲୋକମାନେ ମିଶିଥିବା ଜଣାପଡିଛି । ଏଣୁ ତୁରନ୍ତ ବ୍ଳକ କାର୍ଯ୍ୟାଳୟକୁ ସଟଡାଉନ ଘୋଷଣା କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କର କରୋନା ସ୍ୱାବ ଟେଷ୍ଟ ହେବ ସହ ରିର୍ପୋଟ ଆସିବା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ସମ୍ପର୍ଣ୍ଣ ବନ୍ଦ କରାଯିବ ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । କାରଣ ଯଦି ଅନ୍ୟ କେହି କରୋନା ପଜେଟିଭି ଥିବେ ସେମାନଙ୍କ ଠାରୁ କରୋନା ସଂଗ୍ରମଣ ନ ହେବ ବୋଲି କହି ବେହନାହିଁ ଏହାକୁ ନଜର କରି ଏହି ପଦକ୍ଷେପ ନେବାକୁ ପଡିଛି ବୋଲି ବିଡିଓ ଶ୍ରୀ ଦତ୍ତକହିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts