ସତ୍ୟବାଦୀ ଥାନା ୨୪ ଘଣ୍ଟା ସଟଡାଉନ କରାଗଲା
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ୨୪ ଘଣ୍ଟା ପାଇଁ ସଟଡାଉନ କରାଯାଇଛି । ଥାନାର ମୁଖ୍ୟ ଗେଟ ବନ୍ଦ କରାଯାଇ ବାହାର ଲୋକ ମାନଙ୍କୁ ଥାନା ପରିସରକୁ ନ ଯିବା ପାଇଁ ବାରଣ କରାଯାଇଛି । ଯାହାର ଯାହା ଅଭିଯୋଗ ଅଛି ଗେଟ ବାହାରେ ରହି ବକ୍ସ ମଧ୍ୟରେ ପକାଇବା ପାଇଁ କୁହାଯାଇଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ପୋଲିସ ୨୦୧୯ ମସିହାରେ ଏକ କେସରେ ଜଣେ ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିଥିଲେ । ଅଭିଯୁକ୍ତ ଥଣ୍ଡା, କାସ ଓ ଜ୍ୱର ଲାଗି ରହିଥିଲା । ଆଜି ସକାଳେ ଖାସ ସମୟରେ ରକ୍ତ ପଡିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଅଣାଯାଇଥିଲା । କରୋନା ପଜେଟିଭ ସିଷ୍ଟମ ସନ୍ଦେହ କରି ସାକ୍ଷୀଗୋପାଳ ମେଡିକାଲ ଡାକ୍ତର ଭୁବନେଶ୍ୱର କୋଭିଡ-୧୯ ମେଡିକାଲକୁ ଚିକିତ୍ସା ପାଇଁ ପଠାଯିବା ସହ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଛି । ଏବଂ ଥାନା ପରିସର ସତ୍ୟବାଦୀ ଅଗ୍ନିଶମ ବିଭାଗ ମାଧ୍ୟମରେ ବିଶୋଧନ କରାଯାଇଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି