ଅଲ୍ ଇଣ୍ଡିଆ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ୧୦ ଦଫା ସମ୍ମଳିତ ଦାବିପତ୍ର
ଡେଲାଙ୍ଗ ---- ଡେଲାଙ୍ଗ ଅଲ୍ ଇଣ୍ଡିଆ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଦଶ ଦଫା ସମ୍ମଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ସଂପ୍ରତି ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । କେଉଁଠି ଲକ ଡାଉନ ତ ପୁଣି କେଉଁଠି ସଟ ଡାଉନ ଜାରି ରହିଛି । ଯାହା ଫଳରେକି ଜନଜୀବନ ଏକ ପ୍ରକାର ଅଚଳ ହୋଇ ପଡିଛି । ରାଜ୍ୟରେ ଲୋକମାନେ କାମଧନ୍ଦା ନ ପାଇ ବହୁ ଅସୁବିଧାରେ ରହିଛନ୍ତି । ଚାଷୀ ମାନେ କରୋନା ଯୋଗୁ ବହୁ ଶସ୍ତାରେ ପନି ପରିବା ବିକ୍ରୟ କରିବାକୁ ବାଧ୍୍ୟ ହୋଇଥିଲେ । ଯାହା ଫଳରେକି କୃଷି ଋଣ ପରିଷୋଧ କରିବାରେ ଚାଷୀ ମାନେ ସକ୍ଷମ ହୋଇ ପାରୁନାହିଁ, ଶେଷରେ ଚାଷୀ ଆତ୍ମହତ୍ୟାର ପ୍ରଥା ବାଛି ନେଉଛି । ଏହି ଅବସରରେ ପାର୍ଟି କାର୍ଯ୍ୟାଳୟ ସମ୍ୁଖରେ ତଥା ବେରବୋଇ ସରକାରୀ ବିଦ୍ୟାଳୟ ଗେଟ ଆଗରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନର ସମ୍ପାଦକ ରଘୁନାଥ ଦାସ, ବେରବୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ରାଜ କିଶୋର ଆଳୁକ, ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନରର ଡେଲାଙ୍ଗ ଶାଖାର ସଭାପତି ଦିନବଂଧୁ ପରିଡା, ସମ୍ପାଦକ ବଟକୃଷ୍ଣ ସ୍ୱାଇଁ , ପୁରୀ ଜିଲ୍ଲା କମିଟିର ସଭାପତି ଗଙ୍ଗାଧର ପ୍ରଧାନ ଓ କର୍ମୀ ଶ୍ୟାମ ସୁନ୍ଦର ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି