ସଟଡାଉନରେ ମଦ ଦେକାନରେ ଭିଡ
ଡେଲାଙ୍ଗ ---- ସାରା ରାଜ୍ୟରେ ମହାମାରୀ କରୋନା ପାଇଁ ସଟଡାଉନ ଜାରି ରହିଥିବା ବେଳେ ଡେଲାଙ୍ଗରେ ମଦ ଦେକାନରେ ଗହଳି ଦେଖିବାକୁ ମିଳିଥିଲା । ଏପରିକି ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଓ ଡେଲାଙ୍ଗ ହାଟ ମଦ ଦେକାନରେ ଯୁବକ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା । ମଦ ଦେକାନ ଆଗପଟେ ତାଲା ପଡିଥିବା ବେଳେ ପଛପଟେ ଭଲ କାରବାର ହେଉଥିବାର ଜଣାପଡିଥିଲା । ଖବର ପାଇ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ସଦଳବଳେ ଆସିବାରୁ ଜମା ହୋଇଥିବା ଯୁବକ ମାନେ ଗାଡି ନେଇ ପଳେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି