ନୟାଗଡ ଜିଲ୍ଲାରେ ପୁଣି ବାଲ୍ୟ ବିବାହ ରୋକିଲା ଶିଶୁ ସୁରକ୍ଷା ୟୁନିଟ
ଓଡ଼ଗାଁ/କୁରାଳ- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲୀ ଗ୍ରାମର ଜନୈକ ନାବାଳିକା (୧୫)କୁ ପାଣ୍ଡେରିପଡା ଗ୍ରାମର ଜନୈକ ଯୁବକ ଇଲୁ ମହାନ୍ତି (ପିତା-ଘନଶ୍ୟାମ ମହାନ୍ତି)ଙ୍କ ସହ ବିବାହ ଆଜି ହେବାକୁ ସ୍ଥିରୀକୃତ ହୋଇଥିଲା ।ବିଶେଷ ସୂତ୍ରରୁ ଖବର ପାଇ ଝିଅ ନାବାଳିକା ହୋଇଥିବାରୁ ନୟାଗଡ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ସଞ୍ଜୟ କୁମାର ସାହୁ ,ସୁଜାତା ବେହେରା ,ଅଶୋକ ହନଶାରୀ, ସତ୍ୟନାରାୟଣ ଦାଶ ,ଏବଂ ଓଡ଼ଗାଁ ବାଲ୍ୟବିବାହ ନିଶେଧ ଅଧିକାରିଣୀ ଲହଡିମାଳା ପ୍ରଧାନଙ୍କ ନେତୃତ୍ୱରେ ନାବାଳିକାଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ତାଙ୍କ ପିତାଙ୍କ ଠାରୁ ୧୮ବର୍ଷ ନ ହେବା ପର୍ଯ୍ୟନ୍ତ ଝିଅକୁ ବାହାଘର ନ କରିବାକୁ କଡା ତାଗିଦ କରିବା ସହ ଏକ ଚୁକ୍ତିପତ୍ର ମଧ୍ୟ କରିଛନ୍ତି ।
ବିଶେଷ ସୂତ୍ରରୁ ଖବର ଅନୁଯାୟୀ ଉକ୍ତ ନାବାଳିକା ଜଣଙ୍କ କୁରାଳ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।
ଆଜିର ଏହି ଚଢ଼ାଉ ସମୟରେ ଗିରିଡିପଲ୍ଲୀ ସରପଞ୍ଚ ସନ୍ୟାସୀ ପ୍ରଧାନ ଏବଂ ସୁପର ଭାଇଜର ମଂଜୁଲତା ସାହୁ ସାହୁ ଉପସ୍ଥିତ ଥିଲେ
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ