ଗ୍ରାମରେ ହାଙ୍ଗାମା କରି ଯୁବକ ଗିରଫ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଜୟପୁର ଗ୍ରାମରେ ଶନିବାର ରାତିରେ ଗ୍ରାମରେ ବକାବନା କରିବା ସହ ହାଙ୍ଗାମା କରିବାରୁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଯୁବକ ଗିରଫ ହୋଇଥିବା ଜଣାପଡିଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ ସଟଡାଉନ ଜାରି ରହିଛି । ଲୋକମାନେ ଘରେ ରହିଥିବା ବେଳେ ଉକ୍ତ ଯୁବକ ଜଣଙ୍କ ବକାବନା କରିବାରୁ ଥାନାକୁ ଖବର ଦିଆଯାଇଥିଲା । ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଚଡାଉକରି ଯୁବକଙ୍କୁ କାବୁ କରିଥିଲେ । ଆଜି ତାର ମେଡିକାଲ ଟେଷ୍ଟ କରାଯିବା ପରେ ଥାନା କେସନଂ୨୨୭/ ୧୨.୭.୨୦୨୦ରେ କୋର୍ଟକୁ ପଠାଯାଇଥିବା ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି