Breaking News

ସତ୍ୟବାଦୀରେ ୫ହଜାର ଉନ୍ନତ ମାନର ନଡିଆଚାରା ଯୋଗାଇ ଦେବାକୁ ନିସ୍ପତି

 ସାକ୍ଷୀଗୋପାଳ ------  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅଞ୍ଚଳରେ ଫନିରେ ବ୍ୟାପକ ନଡିଆ ଗଛ ନଷ୍ଟ ହୋଇଥିଲା । ଏହାକୁ ନଜର କରି ଉନ୍ନତ ଶ୍ରୀଫଳ ଅଭିଯାନ, ଓଡିଶା  ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଭଲ୍ୟୁଣ୍ଟାରୀ ଏଜେନ୍ସି ଫର୍ ସୋସିଆଲ ଆକ୍ସନ ଭୁବନେଶ୍ୱର ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଉନ୍ନତ ଶ୍ରୀଫଳ ଅଭିଯାନ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆ ଡେଭେଲପମେଣ୍ଟ ଏଣ୍ଡ ରିଲିଫ ଫଣ୍ଡ  ( ଆଇଡିଆରଏଫ) ଓ ସଷ୍ଟେନେବୁଲ ଇକୋନୋମିକ ଏଜୁ କେସନାଲ ଡେଭେଲପମେଣ୍ଟ ସୋସାଇଟି ( ସିଡସ୍‌) ଅନୁଷ୍ଠାନ ଏହାର ସହଯୋଗି ଭାବେ ରହିଛନ୍ତି । ଏହି ଅବସରରେ ଶୁକ୍ରବାର ଦିନ ସାକ୍ଷୀଗୋପାଳ ଠାରେ ଏକ ନଡିଆ ଚାଷୀ ଓ ଜନସାଧାରଣଙ୍କୁ ନେଇ ଏକ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କର୍ମଶାଳାରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ମୁଖ୍ୟ ଅତିଥି, ଲାୟନ୍ସକ୍ଳବର ଆଞ୍ଚଳିକ ସଭାପତି ଅନିଲ ଦାସ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସକ ମଧୁସୂଦନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫନିରେ କ୍ଷତିଗସ୍ତ ହୋଇଥିବା ସବୁଠାରୁ  ଅଧିକ ଲାଭବାନ ଫସଲ ନଡିଆ କିପରି ପୂର୍ଣ୍ଣ କରାଯିବ ସେ ସମ୍ପର୍କରେ ବିସ୍ତୁତ ବିବରଣୀ ଦେଇଥିଲେ ଓଡିଶା  ଇଣ୍ଟରନ୍ୟାସନାଲ ସେଣ୍ଟରର ଅଧ୍ୟକ୍ଷ ପରେଶ ନାୟକ । ପୁରୀ ଜିଲ୍ଲାର ୫ଗୋଟି ବ୍ଳକରେ ୩୦ ହଜାର ଉନ୍ନତ ମାନର ନଡିଆ ଗଛ ଚାରା ବଣ୍ଟନ କରାଯିବ । ଏହା ଦୁଇ ପ୍ରକାରର  ଡେଙ୍ଗା ଗଛ ପ୍ରତି ୨୦ ଟଙ୍କା ଓ ଗୋଡା ଗଛ ପ୍ରତି ୪୦ ଟଙ୍କା ରହିଛି । ଡେଙ୍ଗା ଗଛ ୬ ବର୍ଷରେ ଫଳଦାନ କରିବା ବେଳେ ଗୋଡା ଗଛ ୪ ବର୍ଷରେ  ଫଳଦାନ କରିବ  ।  ଜଣେ ଲୋକ ୫ରୁ ୧୦ ଟି ଗଛ ନେଇ ପାରିବ ବୋଲି ଶ୍ରୀ ନାୟକ କର୍ମଶାଳାରେ ଯୋଗଦେଇଥିବା ବିଭିନ୍ନ ନଡିଆ ଚାଷୀ, ବ୍ୟବସାୟୀ, ସ୍ୱେଚ୍ଛାେସେବୀ  ସଦସ୍ୟ ମାନଙ୍କୁ ସୁଚନା ପ୍ରଦାନ କରିଥିଲେ ।  ଆଜିର ଏହି କାର୍ଯ୍ୟକ୍ରମରେ  ନଡିଆ ଚାଷୀ ଗଙ୍ଗାଧର ଛାଟୋଇ, ସୁରେଶ ସାହୁ, ରାମଚନ୍ଦ୍ର ମହାନ୍ତି, ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅହଶ ଗ୍ରହଣ କରିଥିଲେ ।   ପ୍ରସାଦ ମହାନ୍ତି, ରାକେଶ ପ୍ରଧାନ, କୁମୁଦୁନି ପଣ୍ଡା, ଇତିଶ୍ରୀ ଦେବୀ ଓ ସୁରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts