Breaking News

ସତ୍ୟବାଦୀରେ ୫ଟି କଷ୍ଲର ସ୍ତରୀୟ କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଲା

ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକରେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ କୋଭିଡ-୧୯ କେୟାର ହୋମ କରାଯାଇଛି । କୋଭିଡ ମ୍ୟାନେଜମେଣ୍ଟ କମିଟି ପ୍ରତି ପରିବାରଙ୍କ ସ୍ୱସ୍ଥ୍ୟଗତ୍ ଟିପଣୀ ସଂଗ୍ରହ କରିବ ।  ଯେଉଁ ମାନଙ୍କର ଥଣ୍ଡା, ଖାସ, ଜ୍ୱର, ନିଶ୍ୱାସ ନେବାରେ କଷ୍ଟ ସେମାନଙ୍କୁ କୋଭିଡ କେୟାର ହୋମକୁ ପଠାଇବେ ବା ନିଜ ଘରେ ସଂଗରୋଧରେ ରହିବାକୁ କୋଭିଡ ମ୍ୟାନେଜମେଣ୍ଟ କମିଟି ପରାମର୍ଶ ଦେବେ । ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକରେ ୫ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ସେ ଗୁଡିକ ହେଲା ଶୁକଳ ଗ୍ରାମ ପଞ୍ଚାୟତର ବାତ୍ୟା ଆଶୟସ୍ଥଳୀ, ଅଳଗୁମ ପଞ୍ଚାୟତର ମାଳିସାହି ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ, ଦୁଗଲ ଗ୍ରାମ ପଞ୍ଚାୟତର କଲ୍ୟାଣମଣ୍ଡପ, ବିଦ୍ୟାଧରପୁର ପଞ୍ଚାୟତର ବାତ୍ୟା ଆଶୟସ୍ଥଳୀ ଓ ବଳରାମପୁରଗଡ ବାତ୍ୟା ଆଶ୍ରୟସ୍ଥଳୀରେ ଖୋଲା ଯାଇଛି ବୋଲି ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ । ଶୁକ୍ରବାର ସଂଧ୍ୟା ସୁଦ୍ଧା ଶୁକଳ ଓ ବିଦ୍ୟାଧରପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୬ ଜଣ ପ୍ରବାସୀ ଓଡିଆ ରହିଛନ୍ତି । ସତ୍ୟବାଦୀରେ ୯୧ ଗୋଟି କୋଭିଡ ମ୍ୟାନେଜମେଣ୍ଟ କମିଟିର ସଦସ୍ୟା ମାନଙ୍କୁ  କୋଭିଡ-୧୯ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଜିପିଓ ମଣ୍ଟୁ ସ୍ୱାଇଁଙ୍କ ଠାରୁ ସୁଚନା ମିଳିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts