Breaking News

ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ

ପୁରୀ ----- ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଳକର ରେବେଣା ନୁଆଗାଁ ଗ୍ରାମରେ ପ୍ରାୟ ୫ଶହ ପରିବାରଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ପକ୍ଷରୁ  ପ୍ରତି ପରିବାରଙ୍କୁ ୫ଶହ ଗ୍ରାମ ହଲିକ୍ସ ଓ ୪ ଗୋଟି ମାସ୍କ ବଣ୍ଟନ କରାଯାଇଛି । ଗୁଞ୍ଜ ଅନୁଷ୍ଠାନର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ  ଓଡିଶା ମୁଖ୍ୟ ସୁରେଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଅଶୋକ କୁମାର ବେହେରାଙ୍କ ତତ୍ୱବଧାନରେ ବିଭୁପ୍ରସାଦ ଦଳେଇ . ଗୁଞ୍ଜର କର୍ମଚାରୀ ଯସସ୍ୱନୀ ଜଗଦେବ, ସଂଯୁକ୍ତା ଜେନା, ରଘୁନାଥ ଦଳେଇ, ସନ୍ତୋଷ କୁମାର ଦଳେଇଙ୍କ ସହିତ ସ୍ଥାନୀୟ ସରପଞ୍ଚ ଓ ଗ୍ରାମର ମୁରବି ମାନଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଆଗାମୀ ଦିନରେ ବ୍ରହ୍ମଗିରି ବ୍ଳକର ୨୫ଟି ଗ୍ରାମରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
 ଧୀରେନ୍ଦ୍ର ସେନାପତି 

Blog Archive

Popular Posts