Breaking News

ଫଳକ ରେ ଅଟକିଛି ରାସ୍ତା କାମ


ପୁରୀ---- ମରଣଯନ୍ତା ପାଲଟିଛି ରାସ୍ତା,ଫଳକ ରେ ଅଟକିଛି ରାସ୍ତା କାମ । ଖାଲଖମା ରାସ୍ତା ରେ  ନାହିଁ ନଥିବା ଅସୁବିଧାରେ ଦୈନଦିନ ଯାତାୟାତ କରୁଛନ୍ତି ନିମାପଡା ବାହାରଣା ପଞ୍ଚାୟତର ଓଡଙ୍ଗୁଅଁ। ଗ୍ରାମର ଲୋକ ମାନେ । ଏହିଗ୍ରାମର ଲୋକ ମାନଙ୍କର ମୁଖ୍ୟରାସ୍ତା ହେଉଛି କୁଣ୍ଡେଇ ଡିଷ୍ଟ୍ରିବୁଟାରୀ କେନାଲ ରୁ ଅ।ଳୁଦଣ୍ଡା ପାଟାଣା କୁ ସଂଯୋଗ କରୁଥିବା ରାସ୍ତା । ସେପଟେ ରାସ୍ତା ନିର୍ମାଣ ପାଇଁ ଫେବୁଅ।ରୀ ୨୦୧୯ରେ  ୨ କୋଟି୪୭ ଲକ୍ଷ ୩୬ହଜାର ଟଙ୍କା ଖର୍ଚ୍ଚ କରାଯିବା ପାଇଁ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଦ୍ଵାରା ଫଳକ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ତା ପର ଠାରୁ ଉକ୍ତ ରାସ୍ତା ରେ ଗାଣ୍ଡୁଏ ମାଟି ପଡିପାରିଲାନାହିଁ । ଯାହା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  ରାସ୍ତା ନିର୍ମାଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ଗ୍ରାମବାସୀ । ସେପଟେ ଏହିରାସ୍ତା ନିର୍ମାଣ  ହେଲେ ଜଳଛତ୍ର,ଓଡଗୁଅଁ।,ବରାଗଡ,କଦଳୀବାରୀ,
ବାହିଦିପଡା,ଶିରିକୋଇଲି, ନୂଆପାଟଣା ଗ୍ରାମର ୧୦ ହଜାର ରୁଉର୍ଦ୍ଦ ଲୋକ ଉପକୃତ ହୋଇପାରିବେ ।
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts