ସାମାଜିକ ଦୁରତାକୁ ଅବମାନନା ତଣ୍ଡ ଗଣିଲେ ଦୋକାନୀ
ଜଟଣୀ---- ଜଟଣୀ ବଜାରରେ ସାମାଜିକ ଦୁରତାକୁ ଅବମାନନା କରି ତଣ୍ଡ ଗଣିଲେ ଦୋକାନୀ । ଆଜି ସରକାରୀ ତଥା ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଜଟଣୀ ତହସିଲର ଏକ ଟିମ ଗଠନ କରାଯାଇଛି । ଏହି ଟିମ୍ ଜଟଣୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ପିନ୍ଧି ନ'ଥିବା ଓ ସାମାଜିକ ଦୂରତାକୁ ଉଲଘଂନ କରି ବ୍ୟବସାୟ କରୁଥିବା ୧୩ ଜଣ ଦୋକାନୀ ଓ ୧୨ ଜଣ ଅବମାନନା କାରୀଙ୍କ ଠାରୁ ଦଶ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଜଟଣୀ ରୁ ଇଫତେଖାର ଅଲ୍ଲୀ