ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ
ପୁରୀ----- ପ୍ରଳୟଙ୍କରୀ ଫନି ବାତ୍ୟାରେ ପୁରୀ ଜିଲ୍ଲାରେ ପ୍ରାୟ ଶତକଡା ୬୦ ଭାଗ ଜଙ୍ଗଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଜଙ୍ଗଲ ନଷ୍ଟ ହେବା ଫଳରେ ପୁରୀ - କୋଣାର୍କ ଅଭୟାରଣ୍ୟ ରେ ଥିବା ନିରୀହ ବନ୍ୟଜନ୍ତୁ ଗୁଡିକ ଖାଦ୍ୟ ଅନ୍ୟସଣରେ ସହର ମୁଖା ହୋଇ ସଡକ ଦୁର୍ଘଟଣା ଓ ହିଂସ୍ର ଜନ୍ତୁ ଦ୍ଵାରା ମୃତ୍ୟୁ ମୁଖରେ ପଡୁଛନ୍ତି । ଫନି ବାତ୍ୟା ରେ କୋଣାର୍କ ସୁରକ୍ଷା ସମିତି ଅଧିନରେ ଥିବା କାଜୁ ଓ ଝାଉଁ ଜଙ୍ଗଲର ଅନେକ କ୍ଷତି ଘଟିଛି । ଏହି ଜଂଗଲ ଗୁଡିକୁ ପୁରରୁଦ୍ଧାର ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଧେଶ୍ୟରେ ପୁରୀ ଜିଲ୍ଲା ବନବିଭାଗ ପକ୍ଷରୁ ବାରମ୍ବାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନିଆଯାଉଛି । ପୁରୀ ଜିଲ୍ଲା ଡି ଏଫ ଓ ସୁଶାନ୍ତ କୁମାର କଂ ନେତୃତ୍ୱରେ ସମାଜିକ ଦୂରତା ସହିତ କୋଣାର୍କ ମେଡିକାଲ ଛକ ନିକଟରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ କିସମର ଚାରା ଲୋକମାନଙ୍କୁ ମାଗଣା ବଣ୍ଟନ କରାଯାଇଛି । ଏହାପରେ ୧୧ନଂ ୱାର୍ଡ ର ନଳକଣ ଗ୍ରାମରେ ଥିବା ହରି ସହଦେବ ମନ୍ଦିର ପରିସର ରେ କିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ରେଞ୍ଜର ବେଣୁଧର ବେହେରା ଫରେଷ୍ଟ ଗାର୍ଡ ରବୀନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।
ପୁରୀ ରୁ ଜୟନ୍ତ କୁମାର ସେଠୀ