ଖୋର୍ଦ୍ଧାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି; ପୌର ପରିଷଦ ସାନିଟାଇଜର କଥା ଭୁଲିଯାଉଛି
ଖୋର୍ଦ୍ଧା ---- ଖୋର୍ଦ୍ଧା ଜିଲା ତଥା ଖୋର୍ଦ୍ଧା ସହରରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଏହାର ନିରାକରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।ଏପରିକି ସାମାଜିକ ଦୂରତା,ମାସ୍କ ପିନ୍ଧିବା,ପରିମଳ ବ୍ୟବସ୍ଥା କୁ ଗୁରୁତ୍ୱ ଦେବା,କୌଣସି ସ୍ଥାନରେ ଏକତ୍ରିତ ନହେବା,ମେଳା ମହୋତ୍ସବ ଆଦିକୁ ନକରିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।ତେବେ ପ୍ରଶାସନ ପକ୍ଷରୁ ସହରକୁ ବିଶେଷ ଭାବେ ପରିମଳ ଓ ବିଶୋଧନ ବ୍ୟବସ୍ଥା କୁ ଗୁରୁତ୍ୱ ଦିଆଯାଇଛି। ହେଲେ ଖୋର୍ଦ୍ଧା ସହରରେ ପୌର ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟ ସେଭଳି ଆଖିଦୃଶିଆ ହେଉନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ସହରକୁ ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ ହେବ ସାନିଟାଇଜର କରାଯାଇନାହିଁ ବୋଲି ବ୍ୟବସାୟୀ ଓ ଜନସାଧାରଣ ଅଭିଯୋଗ ଆଣିଛନ୍ତି ।ଫଳରେ ସହରରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକାଯାଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ତେବେ ପୂର୍ବରୁ ପୌର ପରିଷଦ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସାନିଟାଇଜେସନ କରାଯାଉଥିଲା। କିନ୍ତୁ ସରକାର ଆଗାମୀ ଦିନଗୁଡିକରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ନେଇ ସୂଚନା ଦେଇଛନ୍ତି। ତେଣୁ ଜିଲା ପ୍ରଶାସନ ଆଗାମୀ ଦିନରେ ସଂକ୍ରମଣ ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି।ତାହା ଦେଖିବାକୁ ବାକି ରହିଲା।ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ସହରରେ ଜଣେ ପୌର କର୍ମଚାରୀ କରୋନା ଚିହ୍ନଟ ହେବା ସହିତ ମୋଟ ୬ଜଣ ଆକ୍ରାନ୍ତ ହୋଇଛନ୍ତି।
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର