Breaking News

ବଢୁଛି ଗୋଷ୍ଠୀ ସଂକ୍ରମଣର ଆଶଙ୍କା:ପୁଣି ସୁନାମୁଁହିଁରୁ ୧୨, କୁରାଳରୁ ୭ କରୋନା ପଜିଟିଭ ଚିହ୍ନଟ


ଓଡ଼ଗାଁ/କୁରାଳ -ଗତ ପାଞ୍ଚଦିନ ତଳେ ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁରାଳ ସଙ୍ଗରୋଧ ଗୃହରୁ ୪ ଏବଂ ସୁନାମୁଁହିଁ ୧୦ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ତରଫରୁ ୫ଟି ପଞ୍ଚାୟତ ଏବଂ ୨୦ ଗାଁକୁ କଣ୍ଟେନମେଣ୍ଟ ଏବଂ ୧୫ଟି ଗାଁକୁ ବଫରଜୋନ ଜିଲ୍ଲାପାଳ ପୋମା ଟୁଡୁ ଘୋଷଣା କରିଥିଲେ ।
ସନ୍ଦେହ ସତରେ ପରିଣତ ହୋଇଅଛି ଗତ ତିନି ଦିନ ତଳେ କୁରାଳ ଏବଂ ସୁନାମୁଁହିଁ  ଅଞ୍ଚଳରୁ ପ୍ରଶାସନ ତରଫରୁ ୧୩୩ଜଣଙ୍କର ସ୍ୱାବ ପରୀକ୍ଷଣ ପାଇଁ ଯାଇଥିଲା । ସେଥିମଧ୍ୟରୁ ଆଜି ୧୯ ଜଣଙ୍କର ପଜିଟିଭ ଆସିଥିବା ଏକ ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଅଛି ।
ଉକ୍ତ ୧୯ ଜଣଙ୍କ ମଧ୍ୟରୁ ୧୨ଜଣ ସୁନାମୁହିଁ ଅଞ୍ଚଳର ଏବଂ ୭ ଜଣ କୁରାଳ ଏବଂ ଗୋଟିଏ ପରିବାରର ବୋଲି ଜଣାପଡିଛି  ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts