Breaking News

ଅତାବିରାରେ କରୋନା ଭୟ : ଚାରି ଆଡ଼େ ଖାଁ ଖାଁ.



  ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରାରେ ପ୍ରଥମ କରି କରୋନା ପଜିଟିବ ବାହାରିବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ବଢ଼ିଯାଇଛି । ଅନ୍ୟ ପକ୍ଷରେ ଲୋକଙ୍କ ନିଦ ହଜିଯାଇଛି।ସେହିପରି ଆଜି ଶନିବାର ଜିଲ୍ଲାରେ ପୁଣି ୨ପଜିଟିବ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅତାବିରା କୁଳୁଣ୍ଡା ଗ୍ରାମର ଓ ଅନ୍ୟ ଜଣେ ପାଇକମାଲ ଅଞ୍ଚଳର ବୋଲି ପ୍ରଶାସନ ପକ୍ଷରୁ ସୁଚନା ମିଳିଛି। କୁଳୁଣ୍ଡା ଗ୍ରାମର ଆକ୍ରାନ୍ତ ଜଣକ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ତାଙ୍କ ସ୍ୱାବ ରିପୋର୍ଟ ପଜିଟିବ ଆସିଥିଲା।ସେହିପରି ପାଇକମାଲର ଆକ୍ରାନ୍ତ ରୁଷିଆ ଫେରନ୍ତା ହୋଇଥିବାବେଳେ ତାଙ୍କୁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣି ଦାଶ ସୂଚନା ଦେଇଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଛି । ଦିନକୁ ଦିନ ବୃଦ୍ଧି ପାଇବା ସହ ଥମିବାର ନାଁ ନେଉନାହିଁ। ସେଥି ଯୋଗୁଁ ଜିଲ୍ଲାର ସହରାଞ୍ଚଳ,ଏନଏସି ଓ ମ୍ୟୁନ୍ସିପାଳିଟି ଅଞ୍ଚଳ ମାନଙ୍କୁ ବରଗଡ ଜିଲ୍ଲାପାଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ସାପ୍ତାହିକ ସଟଡାଉନ କରାଯାଇଛି । ଆଜି ହେଉଛି ପ୍ରଥମ ଦିନ। କରୋନା ଭୟବହତା ତଥା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜୋତିରଞ୍ଜନ ପ୍ରଧାନ ସମସ୍ତ ସହରାଞ୍ଚଳ  ସପ୍ତାହର ଦୁଇ ଦିନ ଶନିବାର ଓ ରବିବାର ସମ୍ପୂର୍ଣ  ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟସବୁ ବନ୍ଦ ରହିଛି। ସହରଠାରୁ କିଛି କିଛି ଗ୍ରାମାଞ୍ଚଳ ମାନଙ୍କର  ରାସ୍ତାଘାଟ ଶୂନଶାନ୍ ଦେଖାଯାଉଛି । ଦୋକାନ ବଜାର ସବୁ ବନ୍ଦ ଥିବାବେଳେ ଜନସାଧାରଣ କେହି ଘରୁ ବାହାରକୁ ଆସୁନଥିବାର ଦେଖାଯାଇଛି । ସମସ୍ତେ ନିୟମକୁ ପାଳନ କରୁଛନ୍ତି । କଣ୍ଟେନ୍ଟମେଣ୍ଟ ଜୋନ ଉପରେ ପୋଲିସ ମୁତୟନ କରି  ତୀକ୍ଷ୍ଣ ନଜର ରଖାଯାଇଛି । କିନ୍ତୁ ଅତାବିରା ଟାଉନର ଅନ୍ୟ ସ୍ଥାନ ମାନଙ୍କରେ ନିୟମ ଅନୁସାରେ ଜନସାଧାରଣ ସତର୍କ ରହିଥିବାରୁ ପୋଲିସ ମୁତୟନ ହୋଇ ନ ଥିବାର ଦେଖାଦେଇଛି |ବରଗଡ଼ଜିଲ୍ଲା ସମେତ ଅତାବିରାରେ ବ୍ୟାଙ୍କ ଓ ଏଟିଏମ ମାନେ ଖୋଲା ଯାଇଛି ଲୋକେ ଟଙ୍କା ପଇସା କାର୍ଯ୍ୟ କରିପାରିବେ ବୋଲି ଉପଜିଲ୍ଲାପାଳଙ୍କ ଠାରୁ ସୁଚନା ମିଳିଛି । 
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

Popular Posts