Breaking News

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ



ପୁରୀ---- ବିନା ଭକ୍ତରେ ଚଳିତ ବର୍ଷର ରଥଯାତ୍ରା ସରିବା ପରେ ଆଜି ତିନି ଠାକୁର ନୀଳାଦ୍ରୀ ବିଜେ କରିବେ । ଅପରାହ୍ନ ୪ଟାରୁ ଏହି ପର୍ବ ଆରମ୍ଭ ହେବ । ଜନ୍ମବେଦୀରେ ଲୀଲାଖେଳା କରି ରତ୍ନ ସିଂହାସନକୁ ଫେରିବା ପୂର୍ବରୁ ଆଜି ମହାପ୍ରଭୁ ମହାଲକ୍ଷ୍ମୀକୁ ରସଗୋଲା ଖୁଆଇବେ । ଏହାପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ସୂଚନାଯୋଗ୍ୟ, ଏବର୍ଷ ମହାମାରୀ କରୋନା ପାଇଁ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ଚଳିତ ଥର ରଥଟଣା ଓ ବାହୁଡା ପରେ ଶୁକ୍ରବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଗତକାଲି ଅଧରପଣା ନୀତି ପରେ ଆଜି ତିନି ଠାକୁର ରତ୍ନବେଦୀକୁ ଫେରିବେ । ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts