Breaking News

ସତ୍ୟବାଦୀରେ ପ୍ରଥମ ଦିବ୍ୟାଙ୍ଗ ଯୁବକ କରୋନା ପଜେଟିଭି

ସାକ୍ଷୀଗୋପାଳ  ----- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ କରୋନା ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି । ଏବେ ଲୋକାଲ କେସ ଆସୁଥିବାର ଜଣାପଡିଛି । ଏହାକୁ ନେଇ ସତ୍ୟବାଦୀ ବ୍ଳକ ପ୍ରଶାସନ ସଜାଗ ହୋଇପଡିଛି । ଉକ୍ତ ଯୁବକ ଜଣଙ୍କ ଦିବ୍ୟାଙ୍ଗ ଅଟନ୍ତି । ସେ ଘରୁ ବାହାରକୁ ବାହରନ୍ତି ନାହିଁ । ମାତ୍ର ତାଙ୍କୁ ଥଣ୍ଡା, ଜ୍ୱର ଓ ଖାସ ଲାଗି ରହିବାରୁ ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲକୁ ନିଆ ଯାଇଥିଲା ।  ତାଙ୍କୁ ପୁରୀ ପଠାଯିବା ସହ  ସ୍ୱାବ ଟେଷ୍ଟ ସଂଗ୍ରହ କରାଯାଇଥିଲା । ତାଙ୍କର ଟେଷ୍ଟ ରିର୍ପୋଟ ପଜେଟିଭି ଆସିବା ପରେ ଯୁବକ ଓ ତାଙ୍କର ମାଙ୍କୁ ଭୁବନେଶ୍ୱର କୋଭିଡ-୧୯ ହସ୍ପଟିଲାରେ  ଚିକିତ୍ସା ପାଇଁ ନିଆଯାଇଛି ବୋଲି ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଯୁବକ ଜଣଙ୍କ  ସୁଭଦ୍ରା କଲୋନିର ପାଖ ଏକ ନଡିଆ ଗୋଦାମ ରେ ରହନ୍ତି ବୋଲି ଜଣାପଡିଛି ।  ଉକ୍ତ ଘରଟି କଳୋନି ଠାରୁ ବହୁ ଦୁରରେ ରହିଥିବାରୁ ଏବଂ ତାଙ୍କ ଘର ସହିତ କାହାର ଯିବା ଆସିବା ନ ଥିବାରୁ ଉକ୍ତ ଘରକୁ ସଂଗରୋଧ ଗୃହ ଭାବେ ସ୍ଥାନୀୟ ସରପଞ୍ଚ ବିଶ୍ୱଜିତି ମହାପାତ୍ର ସୁଚନା ଦେଇଛନ୍ତି  ।  ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts