ସଟ ଡାଉନ ସମୟରେ ସତ୍ୟବାଦୀ ପୋଲିସର କଡା ପଦକ୍ଷେପ ; ୮ ଦେକାନୀଙ୍କ ଠାରୁ ୪ହଜାର ଟଙ୍କା ଜୋରିମାନା ଆଦାୟ
ସାକ୍ଷୀଗୋପାଳ----- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ପୁରୀ ଜିଲ୍ଲାରେ ପ୍ରତିଦିନ ପଜେଟିଭି ସଂଖ୍ୟା ବଡିବାରେ ଲାଗିଛି । ରାଜ୍ୟ ସରକାର ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ଜାରି କରିଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ଠାରୁ ଟିଭିରେ ପ୍ରଚାର ପ୍ରସାର କରାଯାଇଛି । ଏହି ଆଇନକୁ ମାନିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସାୟୀ ମାନଙ୍କୁ ନିବେଦନ କରାଯାଇଥିଲା । ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ ଓ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ବିଭିନ୍ନ ସମୟରେ ସାକ୍ଷୀଗୋପାଳ ବଡବଜାର, ନହଳା ଛକ, ଅଳଗୁମ, କାଦୁଆଛକ ଆଦି ଅଞ୍ଚଳରେ ଦେକାନୀ ମାନଙ୍କୁ ସଟଡାଉନ ସମ୍ପର୍କରେ ସଚେତନତା କରାଇଥିଲେ । ଜୁଲାଇ ମାସ ଦୁତୀୟ ସଟଡାଉନ ଦିନରେ ସାକ୍ଷୀଗୋପାଳ ବଜାରରେ କେତକ ବ୍ୟବସାୟୀ ଦେକାନ ଖୋଲି ବ୍ୟବସାୟ କରୁଥିବାର ଦେଖାଯାଇଥିଲା । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ସାକ୍ଷୀଗୋପାଳ ବଜାର ଉପରେ ଚଡାଉ କରି ଦେକାନ ଖୋଲିଥିବା ଦେକାନୀ ମାନଙ୍କୁ ଥାନାକୁ ଧରି ନେଇ ସେମାନଙ୍କ ଠାରୁ ୪ହଜାର ଟଙ୍କା ଫାଇନି ଆଦାୟ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି