ବେଆଇନ ପଥର ଖଣି ଉପରେ ଚଢାଉ, ୪ ପଥର ବୋଝେଇ ଟ୍ରକ ଜବତ
ବେଗୁନିଆ---- ଗତକାଲି ବିଳମ୍ବିତ ରାତିରେ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ବେଆଇନ ପଥର ଖଣି ଉପରେ ଚଢାଉ କରି ୪ ଟି ପଥର ବୋଝେଇ ଟ୍ରକ ଜବତ କରି ବେଗୁନିଆ ଥାନାରେ ଜିମା ଦେଇଥିବାର ଜଣା ପଡିଛି । ତହସିଲଦାର ଶ୍ରୀ ପରିଡା ଗତକାଲି ରାତି ୨ ଘଟିକା ସମୟରେ ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର -ରାଉତପଡା ମଝିରେ ଥିବା ଘୋଡାମୁହିଁ ପଥର ଖଣିରୁ ତିନୋଟି ପଥର ବୋଝେଇ ଟ୍ରକ ଜବତ କରିଥିବା ବେଳେ ବାଘମାରୀ ଅଟ୍ରୀ ରାସ୍ତାରୁ ଏକ ପଥର ବୋଝେଇ ଟ୍ରାକ୍ଟର ଜବତ କରି ବେଗୁନିଆ ଥାନାରେ ଜିମା ଦେଇଥିବାର ଜଣାପଡିଛି । ପଥର ମାଫିଆ ମାନେ ଦିନବେଳେ ତହସିଲଦାରଙ୍କର ଗତିବିଧିଙ୍କୁ ଲକ୍ଷ୍ୟ କରି ବେଆଇନ ପଥର ଚାଲାଣ କରି ନପାରି ରାତିରେ ପଥର ଚାଲାଣ କରୁଥିବାରୁ ଶ୍ରୀ ପରିଡା ରାତି ଅଧିଆ ଚଢାଉ କରୁଥିବାର ଜଣାପଡିଛି । ବେଗୁନିଆରୁ ଯୋଗେଶ୍ୱର ପଣ୍ଡା