ପୌରକାର୍ଯ୍ୟାଳୟର ମନମୁଖୀ କାର୍ଯ୍ୟରେ ସହରବାସୀ ଅତିଷ୍ଠ, ଆବର୍ଜନାରେ ପରିପୁର୍ଣ ଜଟଣୀ ସହର
ଜଟଣା----- ମହାମାରୀ କରୋନା ସଙ୍କଟ ସମୟରେ ସରକାର ସ୍ୱଛତା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ହେଲେ ଜଟଣୀ ପୌରପରିଷଦ ଏହାକୁ ତିଳେ ମାତ୍ର ଖାତିରି କରିବାଭଳି ମନେ ହେଉନାହିଁ । କାରଣ ଜଟଣୀର ଯେଉ୍ଁଆଡକୁ ଅନାଇବ ସିଆଡେ କୁଢ଼କୁଢ଼ ଅଳିଆବର୍ଜନା ଜମାହୋଇ ରହିଛି । ମୌସୁମୀ ବର୍ଷାର ପ୍ରକୋପରେ ସହରର ଅବସ୍ଥା ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି । କୋଭିତ-୧୯ ମହାମାରୀ କରୋନା ବିପତିରେ ସରକାର ଲୋକମାନଙ୍କୁ ସ୍ଵଚ୍ଚ ଓ ସୁରକ୍ଷିତ ରହିବାକୁ ନିର୍ଦେଶ ଜାରି କରିଛନ୍ତି । ଏନେଇ ସହରକୁ ସ୍ୱଚ୍ଛତା ତଥା ଆବର୍ଜନାମୁକ୍ତ ରଖିବାକୁ ଏକ ଗାଇଡଲାଇନ ଜାରିକରିଛନ୍ତି l ଏନେଇ ସହରକୁ ସ୍ୱଚ୍ଛତା ତଥା ଆବର୍ଜନାମୁକ୍ତ ରଖିବା ଏକ ଗାଇଡଲାଇନ ଜାରିକରିଛନ୍ତି । ମାତ୍ର ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ସହରର ପ୍ରତ୍ୟକ ଗଳିକନ୍ଦିରେ ଆବର୍ଜନା ମୟ ହୋଇ ରହିଛି । ପୌରପରିଷଦ 23 ୱାର୍ଡ ମଧ୍ୟରୁ ରେଳପଥ ଅଧୀନରେ ରହୁଥିବା ପାଞ୍ଚଟି ୱାର୍ଡକୁ ଛାଡିଦେଲେ ବାକି ଅନ୍ୟ ସମସ୍ତ ୱାର୍ଡରେ ଅଳିଆ ଆବର୍ଜନା ଭରି ରହିଥିବା ଦେଖିବାକୁ ମିଳିଛି । ଜଟଣୀ ପୌରପରିଷଦରେ କାର୍ଯ୍ୟରତଥିବା ଶହେପଚାଶ ରୁ ଉର୍ଦ୍ଧ ସ୍ଥାୟି ଓ ଅସ୍ଥାୟୀ ସଫେଇ କର୍ମଚାରୀ ମାନେ କାର୍ଯ୍ୟ କରନ୍ତି । ହେଲେ ଏତେ ସଂଖ୍ୟକ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇ ମଧ୍ୟ ବିଭିନ୍ନ ୱାର୍ଡରେ ଆବର୍ଜନା ପଡ଼ିରହୁଛି । ଫଳରେ ଏହି ରାସ୍ତାରେ ଗଲାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି ।ଅନ୍ୟ ପକ୍ଷରେ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କରୁଥିବାନେଇ ପୌରକାର୍ଯ୍ୟଳୟ ପକ୍ଷରୁ ଗୋପନରେ ଜିପିଆରଏସ ଲଗାଯାଇ ସେମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖାଯାଉଛି । ହେଲେ ଏଥିରୁ ଅନେକ କର୍ମଚାରୀ ରେଳବିଭାଗର ସଫେଇ କର୍ମଚାରୀ ଭାବେ ମଧ୍ୟ କାର୍ଯ୍ୟକରୁଥିବା ଅଭିଯୋଗ ମାନ ହେଉଛି । ଗୋଟିଏ କର୍ମଚାରୀ କେଉଁଭଳି ଦୁଇଟି ବିଭାଗରେ କାର୍ଯ୍ୟକରି ବେଆଇନଭାବେ ଅର୍ଥ ଉପାର୍ଜନ କରୁଛି ତାହା ତଦନ୍ତ ପରିସରକୁ ଆସୁବୋଲି ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୌରକାର୍ଯ୍ୟଳୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଲୋକମାନେ କହନ୍ତି ।
ଜଟଣୀରୁ -ରଙ୍ଗନାଥ ବେହେରା