ସଟଡାଉନ ଆଇନକୁ ଉଲଂଘନ କରୁଛି ଅତାବିରା ସାପ୍ତାହିକ ହାଟ
ବରଗଡ଼ --- କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ୧୬୬କୁ ଛୁଇଁ ଲୋକଙ୍କ ନିଦ ହଜିଯାଇଛି । ମହାମାରୀ କରୋନା କାହାକୁ ଯେ କେତେବେଳେ ଗ୍ରାସ କରିବ ତାହା ଜଣା ପଡୁନାହିଁ। ଅତାବିରା ଏନଏସି ୱାର୍ଡ ନଂ ୭ରେ ଜଣେ ମହିଳାଙ୍କ ପଜିଟିବ ଚିହ୍ନଟ ପରେ ୨ତାରିଖରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।ପୁଣି ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରତି ସପ୍ତାହର ଦୁଇଦିନ ତଥା ଶନିବାର ଓ ରବିବାରକୁ ସଟ ଡାଉନ ଭାବେ ଘୋଷଣା କରାଯାଇଛି।କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ସଟଡାଉନ ନ ସରୁଣୁ କିପରି ଭାବେ ଆଜି ସାପ୍ତାହିକ ବଜାର ଠୁଁ ଆରମ୍ଭ କରି ଦୋକାନ ବଜାର ଚାରିଆଡେ ପ୍ରବଳ ଭିଡ ସହ ସତେ ଯେମିତି ସାମାଜିକ ଦୂରତାକୁ ଲୋକେ ଭୁଲିଯାଇ କରୋନାକୁ ଆମନ୍ତ୍ରଣ କରୁଛନ୍ତି। ଯାହାକି ଏଭଳି ପରିସ୍ଥିତି ରହିଲେ ଆଗକୁ ଅତାବିରାରେ ମଧ୍ୟ ସଂକ୍ରମଣକୁ ରୋକିବା ଅସମ୍ଭାଳ ହୋଇପଡିବ।ସେହିପରି ସ୍ଥାନୀୟ ପ୍ରଶାସନର ଅବହେଳା ହେଉକି ସଲାସୁତୁରା ହେଉ ଲୋକେ କଣ୍ଟେନମେଣ୍ଟ ଜୋନ୍ ରୁ ମଧ୍ୟ ବାହାରକୁ ବାହାରି ଦୋକାନ ବଜାର ସହ ଦୋକାନ ଖୋଲୁଥିବା ମଧ୍ୟ ଦେଖାଯାଇଛି । ଯାହାକି ପୋଲିସର ଉପସ୍ଥିତିରେ କିପରି ଭାବେ କଣ୍ଟେନମେଣ୍ଟ ଜୋନ୍ ରୁ ଅନ୍ୟତ୍ର ଯାତାୟାତ ସହ ଦୋକାନ ବଜାର କରୁଥିବାବେଳେ ସଂକ୍ରମଣକୁ ଆମନ୍ତ୍ରଣ କରୁଛନ୍ତି ବୋଲି ଲୋକେ କହୁଛନ୍ତି।ତେବେ ପ୍ରଶାସନ ନିଜେ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଥିବାବେଳେ ପୁଣି କାହା ପ୍ରଶ୍ରୟରେ ଏମାନେ କଣ୍ଟେନମେଣ୍ଟ ଜୋନ୍ ରୁ ବାହାରି ଚାରିଆଡେ ମିଳାମିଶା କରୁଛନ୍ତି।ସହରରେ ପୋଲିସ ପଇଁତରା ଲୋକଙ୍କ ଭିଡ଼ ଅସମ୍ଭାଳ ହୋଇ "ସାମ୍ନାରେ ତାଲା ସବୁଆଡେ ଖୋଲା" ଭଳି ସଂକ୍ରମଣକୁ ଆମନ୍ତ୍ରଣ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲେ ହେଁ ପ୍ରଶାସନ କାଁ ଭାଁ ଭିଡକୁ ଏଡାଇ ମାସ୍କ ପିନ୍ଦି ନ ଥିବା ଲୋକଙ୍କୁ ନିଜ ବେପାର ଭଳି ୫ଶହ ଟଙ୍କା ଫାଇନ କରାଯାଉଥିଲା।ତେଣୁ ମାସ୍କ ପିନ୍ଧି ଭିତରେ ପଶିଲେ କଣ ସଂକ୍ରମଣ ହେବ ନାହିଁ ବୋଲି ଲୋକେ ପ୍ରଶ୍ନ କରିଥିଲେ।ଭିତରକୁ ତଥା ଭିଡ଼କୁ ନ ରୋକି ଗୋଟେ ପଟେ ତହସିଲ ଓ ପୋଲିସ ଫାଇନ କାଟୁଥିବାବେଳେ ଅନ୍ୟ ପଟେ ରାଜରାସ୍ତା ଉପରେ ଏନଏସି ଫାଇନ ଆଦାୟକୁ ନେଇ କିଛିଟା ସ୍ୱାର୍ଥ ନିଶ୍ଚୟ ରହୁଛି ବୋଲି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।ସାପ୍ତାହିକ ବଜାର ପୂର୍ବରୁ ଏହା ଧାନ ମଣ୍ଡି ରହିଥିଲା।ଶହ ଶହ ଲୋକ ଯିବାଆସିବା କରୁଥିଲେ। ବଜାର ଆରମ୍ଭ ପୂର୍ବରୁ ଏହି ଅଞ୍ଚଳକୁ ସେନିଟାଇଜ କରିବା କଥା।ଏପରିକି ବଜାର ପରେ ମଧ୍ୟ ସେନିଟାଇଜ ହେଉନାହିଁ।ଲୋକଙ୍କ ଠାରୁ ଆର ଏମ୍ ସି ବିକ୍ରି କର ଆଦାୟ କରୁଛନ୍ତି।କିନ୍ତୁ ଏବେ କରୋନା ମହାମାରୀ ସମୟରେ ଲୋକଙ୍କ ସୁରକ୍ଷା ପାଇଁ ଟିକିଏ ହେଲେ କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନଥିବା ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି।ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ କଡାକଡି ପଦକ୍ଷେପ ନେଇ ତତ୍ପରତା ସହ କର୍ତ୍ତବ୍ୟ ସମ୍ପାଦନ କରି ବଜାରରେ ବିକ୍ରି ହେଉଥିବା ପୁରୁଣା ଲୁଗା ବିକ୍ରିକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।କାରଣ ଏହା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହିବା ସହ ଲୋକଙ୍କ ମନରେ ଭୟର ଆତଙ୍କ ଖେଳି ଯାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ