ଜଟଣୀରେ ପୁଣି ଚାରି କରୋନା ଚି଼ହ୍ନଟ
ଜଟଣୀ-- ଜଟଣୀ ପୌରପରିଷଦ ଅଧୀନ ୱାର୍ଡ ନଂ ତେଇଶିର କୁଦିଆରୀ ଗ୍ରାମର ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ । ଏବେ ୱାର୍ଡ ନଂ ଦଶର ବଡ଼ନୁଆଗାଁ ଅଂଚଳର ଜଣେ ବୃଦ୍ଧ ଆକ୍ରାନ୍ତ ହୋଇଥିବା ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ଠାରୁ ସୂଚନା ମିଳିଛି l କୁଦିଆରୀ ଅଞ୍ଚଳର ବ୍ୟକ୍ତି ଜଣକ ପୁରୀସ୍ଥିତ ଏକ ସରକାରୀ କର୍ଯ୍ୟାଳୟରେ କାମ କରୁଥିବାବେଳେ ସ୍ୱାବ ଟେଷ୍ଟ ପରେ କରୋନା ଆକ୍ରାନ୍ତ ଥୁବା ଜଣାପଡିଛି ।ସେହିପରି ବଡନୂଆଗାଁ ଅଞ୍ଚଳର ଜଣେ ୭୩ ବର୍ଷୀୟ ବୃଦ୍ଧ ଜଣକ ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କର ସ୍ୱାବ ଟେଷ୍ଟପରେ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି । ଜଟଣୀ ବିଏସଏଫ କ୍ୟାମ୍ପର ଦୁଇଜଣ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ଜଟଣୀରୁ -ରଙ୍ଗନାଥ ବେହେରା