Breaking News

ସାଙ୍ଗର ମାଆ ର ଦଶା କାର୍ଯ୍ୟରେ ଯୋଗଦେବାକୁ ଆସି ଜଣେ ଯୁବକର ମୃତ୍ୟୁ


ଫୁଲବାଣୀ---- ଗତକାଲି ସାଙ୍ଗର ମାଆ ର ଦଶା କାର୍ଯ୍ୟରେ ଯୋଗଦେବାକୁ ଆସୁଥିବା ଜଣେ ଯୁବକ ପାଚେରୀ ରେ ବାଇକ ଧକା କରି ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଫୁଲବାଣୀ ଅନ୍ତର୍ଗତ ଜିରିଙ୍ଗିପଡା ଠାରେ ଅନୁଷ୍ଠିତ ସାଙ୍ଗର ମାଆ ଙ୍କ ର ଦଶା କାର୍ଯ୍ୟରେ ଯୋଗଦେବା ନିମନ୍ତେ କୁଟିବାରି ରୁ ବାଇକ ଯୋଗେ କେନ୍ଦ୍ରୀୟ ବିଦ୍ୟାଳୟ ଘାଟି ରାସ୍ତାରେ ଆସୁଥିବାବେଳେ ଘାଟିର ନାରାୟଣୀ ମନ୍ଦିର ଗଡାଣିଆ ରାସ୍ତାରେ ବାଇକ ଭାରସାମ୍ୟ ହରାଇ ନାରାୟଣୀ ମନ୍ଦିର ନିକଟରେ ନିର୍ମାଣ ହେଉଥିବା ପୌର ଉଦ୍ୟାନ ପାଚେରୀ ରେ ବାଇକ ଟି ବହୁତ ଜୋରରେ ଧକା ହେବାରୁ ଯୁବକ ଟି ଗୁରୁତର ଆହତ ହୋଇଥିଲେ । ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ଯୁବକ ର  ମୃତ୍ୟୁ  ହୋଇଥିଲା ।  ମୃତ୍ୟୁ ଯୁବକର ଘର ବାଇଡା ଗ୍ରାମର ସ୍ୱର୍ଗତ ଦଣ୍ଡପାଣି ଦିଗାଲ ଙ୍କ ପୁଅ ରାକେଶ ଦିଗାଲ ୨୫ ସେ ଜଣେ ମେଧବୀ ଛାତ୍ର ସେ କନ୍ଧମାଳ ଷ୍ଟାଡିୟମ ନିକଟସ୍ଥ କୁଟିବାରି ଗ୍ରାମରେ ରହି ପିଲାମାନଙ୍କୁ ଟିୟୁସନ କରୁଥିଲେ ବୋଲି ପୋଲିସ ନିକଟରୁ ସୂଚନା ମିଳିଛି । ପୋଲିସ ଶବ ଜବତ କରି ଟାଉନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଥିବା ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଙ୍କ ଠାରୁ ସୁଚନା ମିଳିଛି  । 
 ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ଅମୃତ ଟିଭି ।

Popular Posts