Breaking News

ଗବକୁଣ୍ଡ କଟ ସ୍ରୋତରେ ଜଣେ ଭାସିଗଲେ

ସାକ୍ଷୀଗୋପାଳ ------  ସତ୍ୟବାଦୀ ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ଗବକୁଣ୍ଡ କଟ ଠାରେ ପାର ହେବା ସମୟରେ ପାଣିର ସ୍ରୋତରେ ଢ଼ୋଲ ଗ୍ରାମର କୁଞ୍ଜିଆ ଭୋଇ ଭାସି ଯାଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ଓ ଘଟଣା ସ୍ଥଳରେ ପହଞ୍ଚି ବା ସହ ଚିନ୍ମୟ କୁମାର ଦାଶଙ୍କ ନେତୃତ୍ୱରେ ଓଡ୍ରାଟାଫ ଟିମ ନଦୀରେ ଖୋଜା ଖୋଜି ଆରମ୍ଭ କରିଛି । ସୁଚନାଯୋଗ୍ୟ ଯେ ଢ଼ୋଲ ଗ୍ରାମର ହାଡିଆ ଭୋଇ (୪୫)  କୁଞ୍ଜିଆ ଭୋଇ (୫୫) ଦୁଇ ଜଣ  ସାଙ୍ଗ ହୋଇ ଗବକୁଣ୍ଡ କଟ ନଦୀ ରେ ପହଁରିକି ଗବକୁଣ୍ଡ ବଜାରକୁ ଆସୁଥିଲେ । ମାତ୍ର ମଶାଣିଖାଲ ବା ନଦୀର ସ୍ରୋତରେ ହାଡିଆ ପାର ହୋଇ ଯାଇଥିବା ବେଳେ କୁଞ୍ଜିଆ ନଦୀର ସ୍ରୋତରେ ଭାସି ଯାଇଛି । ହାଡିଆ ସଙ୍ଗେ ସଙ୍ଗେ ଲୋକଙ୍କୁ କହିବା ପରେ ସ୍ଥାନୀୟ ଲୋକମାନେ ଖୋଜା ଖୋଜି କରିବା ସହ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।  ଖବର ଲେଖା ହେଲା ବେଳକୁ କୁଞ୍ଜିଆକୁ ଠାବ କରାଯାଇ ପାରିନଥିଲା । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts