Breaking News

ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ- ଆଜି ହେଉଚି ନୀଳାଦ୍ରି ବିଜେ। ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିବେ। ତେବେ ଆଜିର ଦିନରେ ମହାପ୍ରଭୁଙ୍କ ପାଖରେ ରସ ଗୋଲା ଭୋଗ ଭାବେ ଲାଗି ହୁଏ। ରଥଯାତ୍ରା ରେ ପ୍ରଭୁ ଜଗନ୍ନାଥ ପତ୍ନୀ ଲକ୍ଷ୍ମୀ ଙ୍କୁ ନେଇ ନ ଥିବା ହେତୁ ତାଙ୍କର ମାନ ଭଞ୍ଜନ ପାଇଁ ମହାପ୍ରଭୁ ରସ ଗୋଲା ଖୁଆଇ ପତ୍ନୀ ଲକ୍ଷ୍ମୀ ଙ୍କୁ ମନାଇ ଥାନ୍ତି। ତେବେ ଏହି ଦିବସ ର ଶୁଭେଚ୍ଛା ବାଲୁକା କଳା ମାଧ୍ୟମରେ ଦେଇ ଛନ୍ତି ବିଶିଷ୍ଟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ରେ ବେଳାଭୂମି ରେ ନିଳାଦ୍ରୀ ବିଜେ ଓ ରସ ଗୋଲା ଭୋଗ କୁ ନେଇ ଏକ ସୁନ୍ଦର ବାଲୁକାକଳା କରିଛନ୍ତି। ଆଜି ମଧ୍ୟ ରାଜ୍ୟ ରେ ରସ ଗୋଲା ଦିବସ ଭାବେ ପାଳନ କରାଯାଏ। ବାଲୁକାକଳା ମାଧ୍ୟମରେ ଏହି ରସ ଗୋଲା ଦିବସ ର ଶୁଭେଚ୍ଛା ଦେଇ ଛନ୍ତି ସୁଦର୍ଶନ ପଟ୍ଟନାୟକ। 

ପୁରୀ ରୁ ଜୟନ୍ତ କୁମାର ସେଠୀ

Popular Posts