କଣ୍ଟେନମେଣ୍ଟ ଜୋନ୍ କାହାପାଇଁ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଏନଏସି ୱାର୍ଡ ନଂ ୩ ଭାଲୁପାଲି ଫାର୍ମର ଜଣେ ମହିଳା କୋରୋନା ସଂକ୍ରମଣ ହୋଇ ଥିବାବେଳେ ତାଙ୍କୁ ପଜିଟିବ ଚିହ୍ନଟ କରିବାସହ ଆକ୍ରାନ୍ତଙ୍କୁ କୋଭିଡ ଡାକ୍ତରଖାନାକୁ ନିଆଯାଇ ଉକ୍ତ ପଡାକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଥିଲା। ଯଦ୍ୱାରା ନିରୀହ ଖଟିଖିଆଙ୍କୁ ବାଦଦେଲେ କେତେକ ଲୋକ କଣ୍ଟେନମେଣ୍ଟ ଜୋନ୍ ରୁ ବାହାରି ତାଙ୍କର କାମଧନ୍ଦା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଥିଲା। ପୂର୍ବରୁ ମଧ୍ୟ ଅତାବିରା ଏନଏସି ୱାର୍ଡ ନଂ ୭କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ପ୍ରଶାସନିକ ଅଧିକାରୀ ମାନଙ୍କ ତଥା କର୍ମଚାରୀ ମାନଙ୍କ ସାମ୍ନାରେ ଦଉଡି ଟେକି ଯିବାଆସିବା କରିବା ସହ ଦୋକାନ ବଜାର ଖୋଳୁଥିବା ନଜରକୁ ଆସିଛି । ହେଲେ ଗତକାଲି ଏକଯ୍ୟୁକେଟିବ ମାଜିଷ୍ଟ୍ରେଟ ତଥା ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା,ଏନଏସି କର୍ମଚାରୀ,ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ଥାଇ କଣ୍ଟେନମେଣ୍ଟ ଜୋନ୍ ରୁ ଲୋକେ ଯିବାଆସିବା କରିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ମିଳାମିଶା କରିଥିଲେ। କେବଳ ଖଟିଖିଆ ନିରୀହ ଙ୍କ ପାଇଁ ଲୋକ ଦେଖାଣିଆ ଭାବେ ତାଗିଦ କରୁଥିବା ଦେଖାଯାଇଥିଲା । ତେବେ ଦେଖାଯାଉ କଣ୍ଟେନମେଣ୍ଟ ଜୋନ୍ କାହାପାଇଁ,ଏଥିରେ ପ୍ରଶାସନ ବେପାର ଚଳାଇଛି କି ? ବୋଲି ଲୋକମାନେ କହନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ