Breaking News

ହୃଦଘାତରେ ବ୍ଳକ ଶିକ୍ଷା ଅଧିକାରୀଙ୍କର ମୃତ୍ୟୁ



 ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଜେନାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । କିଛି ଦିନ ହେବ ତାଙ୍କର ଦେହ ଖରାପ ହେବାରୁ ସେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ । ଶୁକ୍ରବାର ଦିନ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଶ୍ରୀ ଜେନା ସତ୍ୟବାଦୀରେ  ୨୦୧୩ ମସିହାରେ ସତ୍ୟବାଦୀ ବ୍ଳକରେ ସହ ଶିକ୍ଷା ଅଧିକାରୀ ଭାବେ ଯୋଗଦେଇଥିଲେ । ଜୁଲାଇ ୨୦୧୮ ମସିହାରେ ସତ୍ୟବାଦୀ ବ୍ଳକରେ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ସତ୍ୟବାଦୀ ବ୍ଳକର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେ ଜଣେ ଧର୍ମପରାୟଣ ବ୍ୟକ୍ତିଥିଲେ । ସଚ୍ଚୋଟ, ପରେପକାରୀ, ଶିକ୍ଷକ ସଂଗଠକ ଭାବେ ବେଶ ଜଣାଶୁଣାଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ, ବ୍ଳକ ସହ ଶିକ୍ଷା ଅଧିକାରୀ ତ୍ରିଲୋଚନ ପ୍ରଧାନ, ଆରତ୍ର ତ୍ତ୍ରାର୍ଣ ମିଶ୍ରଙ୍କ ସହିତ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦାୟତ୍ୱରେ ଥିବା ଦ୍ୱୀତିକାନ୍ତ ପ୍ରଧାନ, କାର୍ଯ୍ୟାଳୟର ବଡବାବୁ ରବି ଗୁରୁଙ୍କ ସହ ଗଦାଧର ରଥ, ସୁରେନ୍ଦ୍ର ଶେଖର ଦାସ, ସତ୍ୟବାଦୀ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର  ସଭାପତି ପ୍ରହ୍ଳାଦ ଦାଶଙ୍କ ସହିତ ଶିକ୍ଷକ ଦୁର୍ଗା ପ୍ରସାଦ ମିଶ୍ର, ସୋମନାଥ ନନ୍ଦ, ସୁନୀଲ ବେହେରା ପ୍ରମୁଖ ଶିକ୍ଷକ ନେତା ମାନେ ଶୋକପ୍ରକାଶ କରିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts