Breaking News

ଗାଁ ଖଳାରୁ ମିଳିଲା ମୃତ ଦେହ,ଯୁବକଙ୍କୁ ହତ୍ୟା ସନ୍ଦେହ


ବରଗଡ଼---- ବରଗଡ଼  ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବୁର୍ଦ୍ଦା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଯାହା ଆଜି ଭୋର୍ ରୁ ବୁର୍ଦ୍ଦା ଓ ଲୁପୁରସିଂହା ରାସ୍ତା ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଖଳାରେ ଏକ ଯୁବକର ମୃତ ଦେହ ପଡିଥିଲା ।  ସ୍ଥାନୀୟ ଲୋକେ ଦେଖି ଭେଡେନ ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ଭେଡେନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଯୁବକ ଜଣକ ବୁର୍ଦ୍ଦା ଗ୍ରାମର ଜିତୁ ନାଏକ ବୋଲି ଚିହ୍ନଟ କରିଥିଲେ ।   ତାଙ୍କ ବେକରେ ଏକ ଧାରୁଆ ଅସ୍ତ୍ର ସାହଯ୍ୟରେ କାଟିଲା ଭଳି ଚିହ୍ନ  ରହିଥିବାର ଜଣାପଡିଛି।ଏ ନେଇ ବରଗଡ଼ ଏସ୍ ଡି ପି ଓ ଓ ଏସ୍ ପି ପଦ୍ମିନୀ ସାହୁ ଘଟଣା ସ୍ଥଳରେ ପହଞ୍ଚି ସମ୍ବଲପୁର ସାଇଣ୍ଟିଫିକ ଟିମ ସହ ଅଧିକ ତଦନ୍ତ ଜାରି ରଖିଛନ୍ତି । ଥାନା କେଶ ନଂ ୩୦୨ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବାର ଜଣାପଡିଛି।ତେବେ ଦେଖାଯାଉ ତଦନ୍ତ ପରେ ଘଟଣାର କେଉଁ ମୋଡ଼ ନେଉଛି।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ..

Blog Archive

Popular Posts