Breaking News

ଲକଡାଉନରେ ଉଛେଦ ନୋଟିସ,ଚିନ୍ତାରେ ରାଇକୁଳା ଦୋକାନୀ-


ବାଲେଶ୍ଵର----   ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ରାଇକୁଳା ବଜାରରେ ସରକାରୀ ଯାଗାରେ ଦୋକାନ ଘର କରିବା ଅଭିଯୋଗରେ ଖଇରା ତହସିଲଦାରଙ୍କ ତରଫରୁ ଜବରଦଖଲ ଉଛେଦ ପାଇଁ ୧୦ରୁ ଉର୍ଦ୍ଧ ଦୋକାନୀଙ୍କୁ ୧୩ ତାରିଖ ଦିନ ନୋଟିସ ଜାରି କରାଯାଇଛି ା ୧୬ଦିନ ମଧ୍ୟରେ  ଦୋକାନ ରେ ଥିବା ସାମଗ୍ରୀ ଓ ଆସବାବ ପତ୍ର ଉଠାଇନେବାକୁ ନୋଟିସରେ ଉଲ୍ଲେଖ କରାଯାଇଛି ା ଲକଡାଉନରେ ଜିବନ ଜୀବିକା ଦୁର୍ବିସହ ହୋଇ ପଡିଥିବା ବେଳେ ଏ ସମୟରେ ଏଭଳି କଠୋର ନିଷ୍ପତ୍ତି ଅତ୍ୟନ୍ତ ହୃଦୟ ବିଦାରକ ବୋଲି ନୋଟିସ ପାଇଥିବା ଦୋକାନୀ ଗୟାଧର ମାଝି,ଶଶିକାନ୍ତ ପଣ୍ଡା,ଜୟନ୍ତ ତ୍ରିପାଠୀ,ଓ ରବିନ୍ଦ୍ର ମାଝୀ,ସୁରେନ୍ଦ୍ର ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତିି । ସେମାନଙ୍କୁ ଆଉ କିଛ ଦିନ ସମୟ ଦେବାପାଇଁ ନିବେଦନ କରିଛନ୍ତି। 
 ଧୀରେନ୍ଦ୍ର ସେନାପତି


Popular Posts