Breaking News

କୁରାଳ ଏବଂ ସୁନାମୁଁହିଁରୁ ୧୩୩ଜଣଙ୍କର ସ୍ୱାବ ସଂଗ୍ରହ


 ଓଡ଼ଗାଁ/କୁରାଳ- ଦିନକୁ ଦିନ ଓଡ଼ଗାଁ ଅଞ୍ଚଳରେ ସୁନାମୁଁହିଁ ବାହ୍ୟ ଆକ୍ରାନ୍ତଙ୍କ ଯୋଗୁଁ ଗୋଷ୍ଠୀ ସଂକ୍ରମଣର ଭୟାବହତା  ଉପୁଜିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ବଢ଼ିବାରେ ଲାଗିଛି । ଗତକାଲି ସୁନାମୁଁହିଁ  ଅଞ୍ଚଳ ଏବଂ କୁରାଳରୁ ୧୦ଟି ଲୋକାଲ ସଂକ୍ରମଣ ଏବଂ ୪ଟି ସଙ୍ଗରୋଧ ଗୃହରୁ ଆକ୍ରାନ୍ତ ପଜିଟିଭ ବାହାରିଛି ।  ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ ତତ୍ପରତା ଦେଖାଇ ଆଜି ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଓଡ଼ଗାଁ ଏନ.ଏସି ସମେତ ୫ଖଣ୍ଡ ପଞ୍ଚାୟତର  ୨୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୧୫ଟି ଗ୍ରାମକୁ ବଫର ଜୋନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୋଷଣା କରିଛନ୍ତି ।
ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଲକ୍ଷ୍ୟ କରି ଆଜି ପୁଣି କୁରାଳ ଏବଂ ସୁନାମୁଁହିଁ  ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ୧୩୩ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଅଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଅଛି ।
ଉକ୍ତ ୧୩୩ ଜଣଙ୍କ ମଧ୍ୟରୁ କୁରାଳର ୪୮ ଜଣ ଅଟନ୍ତି ।ଏବଂ ସେହି ୪୮ ଜଣ ମଧ୍ୟରୁ ଚିନ୍ତାର ବିଷୟ ଏହିକି ଯେ ୩୧ଜଣ ଶିଶୁ ଏବଂ ୧୦ଜଣ ପୁରୁଷ ଏବଂ ୭ଜଣ ମହିଳା ଅଟନ୍ତି ।
ସୁନାମୁଁହିଁରୁ ଆଜି ସ୍ୱାବ ଯାଇଥିବା ୮୫ଜଣଙ୍କ ମଧ୍ୟରୁ ୨୨ଜଣ ଶିଶୁ ଅଟନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts