ଅତାବିରା ଏନଏସି ୱାର୍ଡ ନଂ ୭କୁ ଛୁଇଁଛି କରୋନା,ଜଣେ କରୋନା ପଜିଟିବ ଚିହ୍ନଟ
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନଏସିକୁ ନେଇ ଗଠିତ । ରାତି ପାହିଲେ ଏହି ଏନଏସି ଅଞ୍ଚଳରେ ଅନେକେ ଅଚିହ୍ନା ଅଜଣା ଚେହେରା ଦେଖିବା ସହ ହଜାର ହଜାର ସଂଖ୍ୟାରେ ଗାଡି ମଟର ଭିଡ ଦେଖିବାକୁ ମିଳିଥାଏ। ଏହି ଏନଏସି ଅଞ୍ଚଳକୁ ବହୁ ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ରହିଥିଲେ ହେଁ ଏହି ଏନଏସି ଅଞ୍ଚଳ ନିତ୍ୟ ନୈମିତିକ ଭାବେ ବ୍ୟବହାର ହେଉଥିବା ବ୍ୟାଙ୍କ ଏଟିଏମ୍ ଗୁଡିକ ସାନିଟାଇଜ ହେଉନାହିଁ। ସେହିପରି ଏନଏସି ଅଞ୍ଚଳ ତଥା ରାଜରାସ୍ତାର ସର୍ଭିସ ରୋଡ଼ ସାନିଟାଇଜ ହେଉନାହିଁ କି ସାମାଜିକ ଦୂରତା ଠିକ ଭାବରେ ରହୁନାହିଁ । ଯାହା ବଜାର ହେଉନା କୌଣସି ଦୋକାନ ହେଉ।ସବୁକୁ ଶୃଙ୍ଖଳିତ କରିବା ପାଇଁ ଅଧିକାରୀ ମାନଙ୍କୁ ତଥା ଅନେକ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦେଇ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ସରକାର । ହେଲେ ତାହା ନାମକୁ ମାତ୍ର କେବଳ ବାଡ଼ି ଧରି ଛିଡା ହେଇ ନାଁ କୁ ତାଲା,ସବୁ ଖୋଲା। ଯଦ୍ୱାରା ଲୋକେ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି।ଯାହା ଅତାବିରା ଏନଏସି ସରକାରୀ ଡାକ୍ତରଖାନା ସାମ୍ନାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ପଜିଟିବ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ୫୦ ବର୍ଷ ବୋଲି ଜଣାପଡିଛି । ଲ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିବାରୁ ଚିକିତ୍ସାପାଇଁ ବାହାରକୁ ଯାଇଥିଲେ ଏବଂ ଆସିଲାପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ମାନ ଦେଖିବାକୁ ମିଳିଥିଲା । ତେଣୁ ତାଙ୍କ ଟେଷ୍ଟ କରିଥିଲେ ଫଳରେ ବୁଧବାର ଦିନ ରିପୋର୍ଟ ପଜିଟିବ ଆସିଥିଲା। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତାହା ସୂଚନା ଦେବାପରେ ତହସିଲଦାର, ବିଡ଼ିଓ, ଏନଏସି ଅଧିକାରୀ ଆସି ଏନଏସି ୱାର୍ଡ ନଂ ୭ର ସମ୍ବଲପୁର-ବରଗଡ଼ ୱେ ସର୍ଭିସ ରୋଡ଼ ତଥା ସାତନମ୍ବରୀ ଗଳିରୁ ଅତାବିରା ରାଇସ ମିଲ ପଡା ଅଞ୍ଚଳକୁ ସିଲ କରି କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରିଛନ୍ତି । ଅତାବିରା ୱାର୍ଡ ନଂ ୭ ରେ ତଥା ଅତାବିରା ଅଞ୍ଚଳରେ ଏହା ପ୍ରଥମ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି । ତାଙ୍କ ସଂସ୍ପର୍ଶରେ କିଏକିଏ ଆସିଛନ୍ତି ତାହା ଜଣାପଡିନାହିଁ । ସମସ୍ତ ଅଞ୍ଚଳବାସୀ ପୂର୍ବରୁ ଯେପରି ଖୁଲମଖୁଲା ସରକାରୀ ନିୟମକୁ ଅବମାନନା କରୁଥିଲେ ଏହି ଖବର ପ୍ରସାରଣ ପରେ ସତର୍କ ହେବେ ନା ପୁଣି ନିୟମ ଉଲଂଘନ କରି ଆମନ୍ତ୍ରଣ କରିବେ କରୋନାକୁ ଆଗାମୀ ଦିନରେ ଦେଖିବାକୁ ରହିଲା । ପ୍ରଶାସନ ମଧ୍ୟ ଏଭଳି ଢ଼ିଲା ରହିବେ ନା ଅଞ୍ଚଳକୁ ମହାମାରୀ ମୁକ୍ତ କରିବାପାଇଁ କଡା ପଦକ୍ଷେପ ମାନ ନେବେ ତାହା ଦେଖିବାକୁ ରହିଲା ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..