Breaking News

ଗଛରେ ରଶି ଲଗାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା


କୁଜଙ୍ଗ----କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ଦୁଆଡ଼ିଆ ପ୍ରାଇମେରୀ ସ୍କୁଲ୍ ପଛପଟ ଜଙ୍ଗଲରେ ଥିବା ଏକ ଡିମିରି ଗଛରେ ଗୋଟିଏ ରଶିରେ ପ୍ରେମୀ ଯୁଗଳ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି ।  ଘଟଣାରୁ ପ୍ରକାଶ ଯେ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ ବୟସ (୨୬) ଓ ନନ୍ଦ ପଲେଇଙ୍କ ପୂଅ ତୁଷାର ପଲେଇ (୨୦) ଦୁଇଜଣ ଯାକ  ଗୋଟିଏ ରଶିରେ ଉଭୟେ ଝୁଲୁଥିବର ଦେଖାଯାଇଥିଲା ।  ଗ୍ରାମର  ଦୁଇଜଣ ଶୌଚ ହେବାକୁ ଯାଇଥିଲା ବେଳେ ପଛକୁ ବୁଲି ଦେଖିଲା ବେଳକୁ ଉଭୟ ଝୁଲୁଥିବା ଦେଖିବାକୁ ପାଇ ଗ୍ରାମରେ ଆସି ଖବର କରିଥିଲେ । ପରେ ଗ୍ରାମବାସୀ ସେଠାରେ ପହଞ୍ôଚ ଉଭୟ ପ୍ରେମୀ ଯୁଗଳଙ୍କୁ ଝୁଲୁଥିବାର ଦେଖିଥିଲେ । ଉକ୍ତ ଯୁବତୀର ନିର୍ବନ୍ଧ  ହେବାର ଥିଲା । କିନ୍ତୁ ଉକ୍ତ ଯୁବତୀ ଗତକାଲି ସକାଳୁ କେଉଁଆଡେ ଚାଲିଯାଇଥିଲା । ଯୁବତୀର ପିତା ଖୋଜାଖୋଜି କରିବା ପରେ ଏ ସଂପର୍କରେ କୁଜଙ୍ଗଥାନାରେ ଏତଲା ଦେଇଥିଲେ ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡିଛି ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts