Breaking News

ଡେଲାଙ୍ଗରେ ଗୋଟିଏ ରାତିରେ ଦୁଇଟି ମଟର ସାଇକେଲ ଚୋରି

ଡେଲାଙ୍ଗ ----ଡେଲାଙ୍ଗ ଥାନାରେ ଗୋଟିଏ ରାତିରେ  ଦୁଇଟି ମଟର ସାଇକେଲ ଚୋରି ହୋଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।   ସୁଚନାଯୋଗ୍ୟ ଯେ ଅରିଶଲ ଗ୍ରାମ ପଞ୍ଚାୟତର ବଙ୍କିଲୋ ଗ୍ରାମର ସନ୍ତୋଷ କୁମାର ଲେଙ୍କାଙ୍କ ଗ୍ଳାମର ମଟର ସାଇକେଲ ଚୋରି ହୋଇଛି ବୋଲି ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ଚୋରି ହେବା ସମୟରେ ସେଠାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଅନୁସାରେ ରାତି ୩.୦୮ ମିନିଟି ସମୟରେ ଦୁବୁର୍ତ୍ତମାନେ ମଟର ସାଇକେଲଟିକୁ  ଚୋରି କରି ନେଉଥିବା ଫଟୋ ସିସି କ୍ୟାମେରାରେ କଏଦୀ ହୋଇଥିବା ଜଣାପଡିଛି । ସେହିପରି ମୁନିନ୍ଦା ଗ୍ରାମର ସରୋଜ ସ୍ୱାଇଁ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ଲିଙ୍ଗରାଜ ଦଳାଇଙ୍କ ଗାଡିଟିକୁ  ମୁନିନ୍ଦା ପଞ୍ଚାୟତ ନିକଟରେ ଥିବା ମା ମଙ୍ଗଳା ଷ୍ଟଡିଓ ପାଖରେ ଥୋଇଥିଲେ । ଗାଡି ନଂ  ଓଆର- ୦୨ ବିଡ୍ୟୁ- ୯୬୮୬ କଳା ରଙ୍ଗର ସ୍ପେଣ୍ଡର ପ୍ଳସ ମଟର ସାଇକେଲ ଟିକୁ ଚୋର ମାନେ ଚୋରି କରି ନେଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରହିଛି ବୋଲି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ କହନ୍ତି ।
ଡେଲାଙ୍ଗ ଧୀରେନ୍ଦ୍ର ସେନାପତି 

Popular Posts