Breaking News

ମହିଳାଙ୍କ ଠାରୁ ଭ୍ୟାନିଟି ଝାମ୍ପି ନେଲେ ଦୁବୁର୍ତ୍ତ

ସାକ୍ଷୀଗୋପାଳ ------- ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମର ଜଣେ ମହିଳା କ୍ଷଣପ୍ରଭା ନାଥ ତାଙ୍କ ଦିଅର ସଙ୍ଗେ ଏକ ମଟର ସାଇକେଲ ଯୋଗେ ଚନ୍ଦନପୁର ଯାଉଥିଲେ । ନିଉ ଜଗନ୍ନାଥ ରୋଡର ଭାଇଲିପୁର ଛକ ନିକଟରେ ନିଛାଟିଆ ଦେଖି ପଛରୁ ମଟର ସାଇକେଲରେ ଆସୁଥିବା ଦୁଇ ଜଣ ଯୁବକ ଭ୍ୟାନିଟ ବ୍ୟାଗ ଝାମ୍ପି ନେଇଥିଲେ ।  ଯାହା ଫଳରେକି ମଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ହେବା ଆଗରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏଟିଏମ କାର୍ଡ, ମୋବାଇଲି ଦୁଇଟି ଓ ନଗଦ ୧୩ ହଜାର ୫ଶହ ଟଙ୍କା ଉକ୍ତ ଭ୍ୟାନିଟ ବ୍ୟାଗରେ ଥିଲା ବୋଲି ମହିଳା ଜଣଙ୍କ  ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts