Breaking News

ଓଡ଼ଗାଁବ୍ଲକ ଅଞ୍ଚଳରୁ ୭ଜଣ ନୁଆଁ କରୋନା ଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ- କରୋନା ଆକ୍ରାନ୍ତଙ୍କର ବର୍ଦ୍ଧିତ ସଂଖ୍ୟା ଓଡ଼ଗାଁ ଅଞ୍ଚଳବାସୀଙ୍କର ନିଦ ହଜାଇ ଦେଉଛି । ଲୋକେ କରୋନା କଟକଣାକୁ ବାରମ୍ବାର ଉଲ୍ଲଘଂନ କରୁଥିବା ବେଳେ ସଚେତନ ହେଉନାହାନ୍ତି ।ପୁଣି ଆଜି ଓଡ଼ଗାଁ ବ୍ଲକ  ଅଂଚଳରୁ ୭ଜଣ ନୁଆଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  ।
ଆଜିର ନୁଆଁ ଆକ୍ରାନ୍ତମାନଙ୍କ ମଧ୍ୟରୁ ସୁନାମୁଁହିରୁ ୪ ,କୁରାଳ ୨,ଏବଂ ଲଣ୍ଡାବାଦୁର ଜଣେ ଅଟନ୍ତି ବୋଲି ଅସମର୍ଥୀତ ସୂତ୍ରରୁ ଖବର ମିଳିଅଛି ।ଆଜିର ନୁଆଁ ୭ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ଗାଁ ବ୍ଲକ ଅଞ୍ଚଳରେ ଆକ୍ରାନ୍ତଙ୍କର ସଂଖ୍ୟା ୧୧୮  ପହଁଚିଥିବା ଜଣାପଡିଛି।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts