ସିଦ୍ଧବଳରାମଙ୍କ ବାହୁଡା ଯାତ୍ରା ଶେଷ
ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରୀ କରୋନା ଯୋଗୁ ରାଜ୍ୟ ସରକାର ଲକ ଡାଉନ ସହିତ ସଟ ଡାଉନ ଜାରି କରିଛନ୍ତି । କେବଳ ଠାକୁରଙ୍କ ନୀତି କାନ୍ତି କରିବା ପାଇଁ ଅନୁମତି ଦିଆଯାଇଛି । ସତ୍ୟବାଦୀରେ ପୂଜା ପାଉଥିବା ଜଗନ୍ନାଥଙ୍କ ଅଜା ନାମରେ ସିଦ୍ଧବଳରାମଙ୍କର ବାହୁଡା ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ରଥ ଦାଣ୍ଡରେ ଗଡିଲା ନାହିଁ । ପିଲା ମାନେ ରଥ ଟାଣିଲେ ନାହିଁ । ମାତ୍ର ଠାକୁରଙ୍କ ନୀତି ଅନୁଯାୟୀ ଠାକୁର ରଥରୁଢ଼ ହୋଇଥିଲେ । ଆଜି ସକାଳେ ଠାକୁରଙ୍କ ପ୍ରତିଦିନ ଭଳି ସେବାୟତ ମାନେ ନୀତିକାନ୍ତି କରିଥିଲେ । ବାଳଭୋଗ କରାଯିବା ପରେ ଠାକୁରଙ୍କର ଚକାଛଡା ଖେଚୁଡି ଲାଗି କରାଯାଇଥିଲା । ରଥ ପ୍ରତିଷ୍ଠା ଓ ଛେରାପହଁରା ସରିବା ପରେ ସେବାୟତ ସୋମନାଥ ମହାପାତ୍ର, ରାଧାନାଥ ମହାପାତ୍ର, କେଶବ ମହାପାତ୍ର, ବୃନ୍ଦାବନ ମହାପାତ୍ର ଠାକୁରଙ୍କୁ ଗୋଟି ପହଣ୍ଡି କରି ରଥକୁ ବିଜେ କରାଇଥିଲେ । ସେବାୟତ ସୋମନାଥ ମହାପାତ୍ର ଠାକୁରଙ୍କୁ ଟାହିଆ, ତୁଳସୀ ଫୁଲମାଳ ଲାଗି କରାଇଥିଲୋ । ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥିଲା । ମନ୍ଦିର ଠାରେ ସନ୍ଧ୍ୟା ପର୍ଯ୍ୟନ୍ତ ଠାକୁର ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଅନ୍ୟ ପକ୍ଷେ ଏହି ୯ ଦିନ ଲୋକମାନେ ଠାକୁରଙ୍କ ପାଖରେ ଘିଅଅନ୍ନ, ଖେଚୁଡି, କାନିକା, ଡାଲି ,ଡାଲାମା, ବେସର, ଆଳୁ ପୋଟ. ଖଟା, କ୍ଷୀରି ଆଦି ରେଷୋଇ କରି ପ୍ରସାଦ ଭାବେ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି