ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ଏସ.ୟୁ.ସିଆଇ ପକ୍ଷରୁ ପ୍ରତିବାଦ
ଡେଲାଙ୍ଗ ------ ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ୟ ପକ୍ଷେ ପ୍ରତିଦିନ ହୁ ହୁ ହୋଇ ପ୍ରେଟ୍ରୋଲ , ଡିଜେଲ ଦର ବଡି ଛାଲିଛି । ଯାହା ଫଳରେକି ଅତ୍ୟାବଶ୍ୟୀକୀୟ ସାମଗ୍ରୀର ଦର ମଧ୍ୟ ବଡି ଚାଲିଛି । ଏସୟୁସିଆଇ ଡେଲାଙ୍ଗ ଶାଖା ପକ୍ଷରୁ ପେପ୍ରୋଲ ଓ ଡିଜେଲର କ୍ରମାଗତ ମୂଲ୍ୟ ଦରବୃଦ୍ଧକୁି ପ୍ରତିବାଦ କରାଯାଇଛି । କର୍ମୀମାନେ ପ୍ଳାକାର୍ଡ , ବ୍ୟାନର ହାତରେ ଧରି ପ୍ରେଟ୍ରୋଲ ଡିଜେଲ ଦରବୃଦ୍ଧି କମାଅ, ପ୍ରେଟୋଲ ଓ ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କର ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ସ୍କୋଗାନ ଦେଇ ପ୍ରତିବାଦ କରିଥିଲେ । ଏହି ବିକ୍ଷୋଭରେ ଅଲ ଇଣ୍ଡିଆ କିଷାନ କ୍ଷେତମଜଦୁରସଂଗଠନ ( ଏ.ଆଇ. କେ. କେ, ଏବ. ଏସ ) ର ରାଜ୍ୟ ସମ୍ପାଦକ ତଥା ଏସ.ୟ.ସିଆଇ କମ୍ୟୁନିଟ ନେତା କମ୍ରେଡ ରଘୁନାଥ ଦାସ କେନ୍ଦ୍ର ଓରାଜ୍ୟ ସରକାର ତୈଳଦର ବୃଦ୍ଧି ରୋକିବାରେ ବିଫଳତା ସମ୍ପର୍କରେ ମତ ରଖିଥଲେ । ତୈଳ କମ୍ପାନୀ ମାନଙ୍କୁ ଦର ନିର୍ଣ୍ଣୟ କରିବାର ଅଧିକାର ଦେବା ଦ୍ୱାର ଅସ୍ୱଭାବିକ ଭାବେ ବଡିଚାଲିଛି । ବିଭିନ୍ନ ଦେଶରେ ତୈଳ ଦର ବହୁ କମ ରହିଥିବା ବେଳେ ଆମ ଦେଶରେ ତୈଳ ଦର ହୁ ହୁ ହୋଇ ବଡି ଚାଲିଛି ବୋଲି କହିଥିଲେ । ପାକିସ୍ଥାନରେ ପେଟ୍ରୋଲ ଲିଟର ପ୍ରତି ୨୬ଟଙ୍କା ରହିଥିବା ବେଳେ ବାଂଲାଦେଶରେ ୨୨ଟଙ୍କା, କ୍ୟୁବାରେ ୧୯ ଟଙ୍କା, ଇଟାଲିରେ ୧୪ ଟଙ୍କା, ପେନାଳରେ ୩୪ଟଙ୍କା ରହିଥିବା ବେଳେ ଭାରତରେ ଲିଟର ପିଛିା ୮୪ ଟଙ୍କା ରହିଛି । ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏସୟୁସିଆର ଡେଲାଙ୍ଗ ଆଞ୍ଚଳିକ କମିଟୀର ସମ୍ପାଦକ ଦୀନବନ୍ଧୁ ପରିଡା, ରାଜ କିଶୋର ଆଳୁକ, ଗଙ୍ଗାଧର ପ୍ରଧାନ, ବଟକୃଷ୍ଣସ୍ୱାଇଁ, ଗୋଲଖ ବରାଳ ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି