Breaking News

ଭାର୍ଗବୀ ନଦୀ ବନ୍ଧ କାମ ସାତ ଦିନ ମଧ୍ୟରେ ଶେଷ ହେବ

ସାକ୍ଷୀଗୋପାଳ -----   ଗୋପବନ୍ଧୁଙ୍କ ଜନ୍ମ ସ୍ଥାନକୁ ରାଜ୍ୟ ସରକାର ଏକ  ଦର୍ଶନୀୟ ସ୍ଥାନ କରିବା ପାଇଁ  ସମସ୍ତ ପ୍ରସ୍ତୁତି କରୁଛନ୍ତି । ଏହାକୁ ନଜର କରି ଉକ୍ତ ଗ୍ରାମ ଦାଣ୍ଡରେ ଆଲୋକୀ କରଣ କରାଯାଇଛି ।  ବିଭିନ୍ନ ଦିନରେ ବିଭିନ୍ନ ଅଧିକାରୀ ମାନେ ଆସି  ପ୍ରକଳ୍ପ ପାଇଁ ତଦନ୍ତ କର ଫେରି ଯାଉଥିବା ଜଣାପଡିଛି । ଅନ୍ୟପକ୍ଷେ ସୁଆଣ୍ଡେ  ବ୍ରିଜ ମୁଣ୍ଡରୁ ପ୍ରାୟ ୩ଶହ ମିଟର ନଦୀ ବନ୍ଧ ରାସ୍ତାକୁ ୪ ଫୁଟ ଚଉଡା କରାଯାଉଛି । ଯାହାକି ଗ୍ରାମବାସୀ ମାନେ ଏହି ରାସ୍ତା ପାଇଁ ଅନେକ ଦିନ ହେବ ରାସ୍ତା କାର୍ଯ୍ୟ କରିବା ପାଇଁ ଦାବୀ କରି ଆସୁଥିଲେ ।  ଏବେ ନଦୀବନ୍ଧ ପ୍ରସସ୍ଥ କରାଗଲେ ଲୋକମାନଙ୍କର ଗମନା ଗମନ ଉପଯୋଗୀ ହୋଇ ପାରିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । । ଏହି ନଦୀବନ୍ଧ ରାସ୍ତା କାର୍ଯ୍ୟ ସାତଦିନ ମଧ୍ୟରେ ଶେଷ କରାଯିବ ବୋଲି ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲ୍ଲିକଙ୍କ ଠାରୁ ସୁଚନା ମିଳିଛି ।  ସେହିପରି ଗ୍ରାମ ମୁଣ୍ଡରେ ଭାର୍ଗବୀ ନଦୀରେ ଏକ ଘାଟ ନିର୍ମାଣ କରିବା ପାଇଁ ବାରମ୍ବାର ଦାବୀ କରାଯାଇଥିଲା । ପୁରୀ ଜିଲ୍ଲା ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଳଙ୍ଗା ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏକ ସୁନ୍ଦର ଘାଟ ନିର୍ମାଣ କାର୍ଯ୍ୟ ଯୋରସୋର ଚାଲିଛି । ନଦୀରେ ବନ୍ୟାଜଳ ଆସିବା ଆଗରୁ ଏହି ଘାଟ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts