Breaking News

ଡଙ୍ଗା ନାହିଁ, ବ୍ରିଜ ନାହିଁ , ଜଳବନ୍ଦୀରେ ୧୦ ଟି ଗ୍ରାମ; ଯୁଦ୍ଧ କାଳୀନ ମଧ୍ୟରେ ଡଙ୍ଗା ଯୋଗାଇ ଦେବାକୁ ଦାବି

ଡେଲାଙ୍ଗ ------  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାଉରିଆ, ଘନିପୁର ଦୁଇଟି ଗ୍ରାମ ପଞ୍ଚାୟତର ଲୋକମାନେ ଏବେ ଜଳବନ୍ଦୀରେ ରହିଛନ୍ତି । ସେମାନଙ୍କ ପାଇଁ ନାଁ ରହିଛି ଡଙ୍ଗ. ନାଁ ରହିଛି ବ୍ରିଜ । ବର୍ଷା ଚାରି ମାସ ଏମାନଙ୍କ ପାଇଁ  ଅଭିଶାପର ଦିନ ବୋଲି ଅଞ୍ଚଳବାସୀ ମାନେ କହନ୍ତି । ରାତିରେ ଯଦି କାହାର କିଛି ହୁଏ ତା ହେଲେ ଏକମାତ୍ର ଭଗବାନ ଭରଷା । ରାତି ପାହିଲେ ସେ ବଞ୍ଚିଥିଲେ ମେଡିକାଲକୁ ନଚେତ ମଶାଣୀକୁ ନେବାକୁ ପଡିଥାଏ ବୋଲି ଲୋକମାନେ କହିଥାନ୍ତି । ସୁଚନାଯୋଗ୍ୟ ଯେ ବାରମ୍ବାର ଗ୍ରାମବାସୀଙ୍କ ଦାବି ପରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ପ୍ରଚେଷ୍ଠା ଫଳରେ ୨୦୧୪ ମସିହାରେ ସାଉରିଆ- ଯୋରକଣି ରାସ୍ତାର ସାଉରିଆ ଗ୍ରାମ ଠାରେ ଦୟା ସେତୁ ନିର୍ମାଣ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାର ଭିତ୍ତି ପ୍ରସ୍ତର ସ୍ଥାପିତ କରାଯାଇଥିଲା । ୬ ବର୍ଷ ମଧ୍ୟରେ ୧୦ ଟି ପିଲର ମଧ୍ୟରୁ ୫ଟି ପିଲର କାମ ଶେଷ ହୋଇଛି । ଏହି କାର୍ଯ୍ୟ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳର ତ୍ରିନାଥ ଇଞ୍ଜିନିୟର ନେଇଥିବା ଜଣାପଡିଛି । ଯେଉଁପରି ଭାବେ ବ୍ରିଜ କାମ ଠିକାଦାର କରୁଛି ଏହିପରି ଯଦି କରାଯାଲ ତା ହେଲେ ୨୦୨୫ ମସିହା ବେଳକୁ ଏହା ଶେଷ ହେବକି ନାହିଁ ସନ୍ଦେହ ପ୍ରକାଶ ପାଉଛି । କାହିଁ କେଉଁ କାଳରୁ ଯୋରକଣି, ବିତିପୁର, ବୁଢ଼ାଙ୍ଗରା, ର୍ଣ୍‌ିଆବିରି, ତିଗିରିଆ, ବାଦଲପୁର,ବୀରକେଶରୁପୁର, ବେଣ୍ଟା ଗ୍ରାମବାସୀ ବ୍ରିଜ ନିର୍ମାଣ ସ୍ଥାନରେ ଡଙ୍ଗାରେ ନଦୀ ପାର ହେଉଥିଲେ । ସେଠାରେ କାମ ସମୟରେ  ଡଙ୍ଗା ଉପରେ ମାଟି ପକାଇ ଦେବାରୁ ଡଙ୍ଗାଟି ଭାଙ୍ଗି ଯାଇଛି ବୋଲି ଡଙ୍ଗା ଚାଳକ ବଂଶୀଧର ବେହେରାଙ୍କ କହନ୍ତି । ଅନ୍ୟ ପକ୍ଷେ ଡଙ୍ଗା ତିଆରି  କରିବା ପାଇଁ ଉକ୍ତ ସଂସ୍ଥାକୁ କହିଲେ ସେମାନେ ଶୁଣୁ ନାହାନ୍ତି ବୋଲି କହନ୍ତି ।  ଅନ୍ୟ ପକ୍ଷେ ରାତ୍ର ଜଗୁଆଳି ଓ ଦିନ ମଜୁରୀଆ ମାନଙ୍କୁ ସେମାନଙ୍କୁ ଦରମା ଦେଉ ନାହାନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ସାମାଜିକ କର୍ମୀ ଅରୁଣ ଜଗଦେବ ବାରମ୍ବାର ଅଭିଯୋଗ ଗ୍ରାମବାସୀ ମାନେ କଲେ ମଧ୍ୟ ଠିକାଦାର ସଂସ୍ଥା ଶୁଣୁନାହାନ୍ତି । ଯାହାକୁ ନେଇ ଗ୍ରାମାବସୀ ମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ରାଧାମୋହନ ଦେବ ମଠ ପରିଚାଳନା କମିଟିର ସଭାପତି ପ୍ରହଲ୍ଲାଦ ବଳିୟାରସିଂହ ଓ ସଭ୍ୟ ପ୍ରକାଶ ଚନ୍ଦ୍ର ପାତ୍ର କହନ୍ତି ବ୍ରିଜ କାମ ବହୁ ମନ୍ଥର ଭାବେ ଚାଲିବା ସହ ନିମ୍ନ ମାନର କରାଯାଉଛି । ଚୁକ୍ତି ଅନୁଯାୟୀ ଠିକାଦାର ସଂସ୍ଥା ମଠର ବକେୟା ଅର୍ଥ ପୈଠ କରୁନାହିଁ । ସମାଜିକ କର୍ମୀ ଶଶି ଶେଖର ରାୟ କହନ୍ତି ଯୁଦ୍ଧ କାଳୀନ ମଧ୍ୟରେ ବ୍ରିଜ କାମ କରୁଥିବା  ଠିକାଦାର ସଂସ୍ଥା ତୁରନ୍ତ ଡଙ୍ଗା ମରାମତି କରିବା, ବ୍ରିଜ କାମ ଶେଷ କରିବା , ଗାର୍ଡ, ଦିନ ମଜରିଆ, ରାତି ଜଗୁଆଳି ଲୋକଙ୍କର ବକେୟା ଅର୍ଥ ପ୍ରଦାନ ସହିତ ମଠ ଜମିରୁ ବାଲି ଉଠାଇ ନେଇଥବା, ଉପରେ ଗଦାଇଥିବା ଜିନିଷ ପତ୍ର ଆଦି କ୍ଷତି ପୁରଣ  ତୁରନ୍ତ ପୈଠ ନ କଲେ ଆଗକୁ ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ ତ୍ରୀବତ୍ରର ହେବ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି ।
 ଡେଲାଙ୍ଗରୁ ରୁ ଧୀରେନ୍ଦ୍ର ସେନାପତି 

Popular Posts